ଆସନ୍ତୁ ଏକତା ପାଇଁ ଦୌଡ଼ିବା,ରାଷ୍ଟ୍ର ନିର୍ମାଣରେ ସଜାଗ ହେବା –
ବାଲେଶ୍ଵର :- ଅଦ୍ୟ ସକାଳ ଘ. ୭ଟୀକା ସମୟରେ ସ୍ଥାନୀୟ ବହୁମୁଖି ଇଣ୍ଡୋର୍ ଷ୍ଟାଡିୟମ୍ ଠାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ୧୫୦ତମ ଜୟନ୍ତୀ ତଥା ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ “ଆସନ୍ତୁ ଏକତା ପାଇଁ ଦୌଡ଼ିବା,ରାଷ୍ଟ୍ର ନିର୍ମାଣରେ ସଜାଗ ହେବା”କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ରେମୁଣା ବିଧାୟକ ତଥା ସରକାରଙ୍କ ଉପ – ମୁଖ୍ୟ ସଚେତକ ଶ୍ରୀଯୁକ୍ତ ଗୋବିନ୍ଦ ଚନ୍ଦ୍ର ଦାସ ଯୋଗ ଦେଇ ଥିବା ବେଳେ ଅନ୍ୟାନ୍ୟ ବରେଣ୍ୟ ଅତିଥି ମାନଙ୍କ ମଧ୍ୟରେ ମାନ୍ୟବର ସଦର ବିଧାୟକ ଶ୍ରୀଯୁକ୍ତ ମାନସ କୁମାର ଦତ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀଯୁକ୍ତ ନାରାୟଣ ପ୍ରଧାନ, ବାଲେଶ୍ଵର ପୌର ପରିଷଦ ଅଧ୍ୟକ୍ଷ। ଶ୍ରୀମତୀ ସବିତା ସାହୁ,ରେମୁଣା ବ୍ଲକ ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜେନ୍ଦ୍ର ରାଉତ, ବାଲେଶ୍ଵର ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ମୟୂର ବିକାଶ, ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ପ୍ରତ୍ୟୁଷ ଦିବାକର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଦେବଜୀତ ଦାସ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ନିରଞ୍ଜନ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଶିବ ମାଲବ୍ୟ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଶ୍ରୀଯୁକ୍ତ ପୂର୍ଣ୍ଣ ଚନ୍ଦ୍ର ଜେନା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ଯୁକ୍ତ ପ୍ରିୟଦର୍ଶୀ ରାଜେଶ ଉପସ୍ଥିତିରେ ବାଲେଶ୍ଵର ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ ପୌରହିତ୍ୟ କରିଥିଲେ।ପ୍ରାରମ୍ଭରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଙ୍କ ଫୋଟରେ ମୁଖ୍ୟ ଅତିଥି ଙ୍କ ସମେତ ଅନ୍ୟାନ୍ୟ ଅତିଥି ମାନଙ୍କ ଦ୍ଵାରା ପୁଷ୍ପ ମାଲ୍ୟ ଅର୍ପଣ ପରେ ଏକ ପଥ ପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ସମେତ ସମସ୍ତ ଅତିଥି ଗଣ ଏହି ମହାନ ଜାତୀୟତା ବାଦି ସଂଗ୍ରାମୀ ପୁରୁଷ, ରାଷ୍ଟ୍ର ନିର୍ମାଣର ପଥ ପ୍ରଦର୍ଶକ ଯିଏକି ଲୌହ ମାନବ ଭାବେ ପରିଚିତ ସ୍ଵାଧୀନ ଭାରତ ବର୍ଷର ପ୍ରଥମ ଉପ ପ୍ରଧାନ ମନ୍ତ୍ରୀ ଥାଇ ସମଗ୍ର ରାଷ୍ଟ୍ରର ୩୬୨ ଗୋଟି ଦେଶୀୟ ଗଡ଼ଜାତକୁ ତାଙ୍କର ଅଦମ୍ୟ ଚେଷ୍ଟାରେ ଭାରତ ସହିତ ମିଶାଇବାରେ ସକ୍ଷମ ହୋଇଥିଲେ। ବାଲେଶ୍ଵର ଜିଲ୍ଲାର ନୀଳଗିରି ଗଡ଼ଜାତ ସର୍ବ ପ୍ରଥମେ ଭାରତ ବର୍ଷରେ ମିଶି ଅନ୍ୟ ପାଇଁ ଉଦାହରଣ ସୃଷ୍ଟି କରିଛି ବୋଲି ମତ ପ୍ରକାଶ କରିଥିଲେ। ଏହି ରାଷ୍ଟ୍ରୀୟ ଏକତା ଦିବସ ପାଳନ ଅବସରରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀଯୁକ୍ତ ସୁଧାକର ନାୟକ କାର୍ଯ୍ୟକ୍ରମରେ ସାମିଲ ବରେଣ୍ୟ ଅତିଥି ମାନଙ୍କ ସହ ଉପସ୍ଥିତ ସମସ୍ତ ବର୍ଗର ସଦସ୍ୟ ଓ ଛାତ୍ର ଛାତ୍ରୀଙ୍କୁ ଶପଥ ପାଠ କରାଇଥିଲେ।ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଶ୍ରୀଯୁକ୍ତ ପ୍ରିୟଦର୍ଶୀ ରାଜେଶ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତ ବରେଣ୍ୟ ଅତିଥି ଓ ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟର ଛାତ୍ର ଛାତ୍ରୀଙ୍କୁ ଧନ୍ୟବାଦ୍ ଜଣାଇବା ପରେ ପରେ ସ୍ଥାନୀୟ ବହୁମୁଖି ଇଣ୍ଡର ଷ୍ଟାଡିୟମ୍ ଠାରୁ ଆରମ୍ଭ କରି ପୋଲିସ ଲାଇନ ଛକ, ସେଣ୍ଟ୍ରାଲ ସ୍କୁଲ ଦେଇ ଇଣ୍ଡୋର ଷ୍ଟାଡିୟମ ଠାରେ ସମାପନ ପଦଯାତ୍ରା “ଏକତା ପାଇଁ ଦୌଡ଼ିବା, ରାଷ୍ଟ୍ର ନିର୍ମାଣର ସଜାଗ ହେବା”କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ଅତିଥି ବୃନ୍ଦ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।
ବାଲେଶ୍ବର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
