*ନୂଆପଡା ଜିଲ୍ଲା ଉପ ନିର୍ବାଚନ ସରଗରମ, ତିନି ପ୍ରମୁଖ ଦଳ ନିର୍ବାଚନ ପ୍ରଚାର ଜୋର୍*
ନୂଆପଡା(ମିଖାଏଲ ନନ୍ଦ)
*ନୂଆପଡା ଜିଲ୍ଲା ଉପ ନିର୍ବାଚନ ସରଗରମ, ତିନି ପ୍ରମୁଖ ଦଳ ନିର୍ବାଚନ ପ୍ରଚାର ଜୋର୍ ଧରିଛି। ବିଜେପି ପକ୍ଷ ରୁ ଦଳୀୟ ପ୍ରାର୍ଥୀ ଜୟ ଢୋଲକିଆ ଖରୀଆର ରୋଡ ଠାରେ ରୋଡ ଶୋ ଏବଂ ଏକତା ଗଣ ଦୌଡ଼ ରେ ସାମିଲ ହୋଇ ଭୋଟ ଭିକ୍ଷା କରିଛନ୍ତି। ସେହିପରି ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ବ୍ଲକ୍ ୯ ନମ୍ୱର୍ ଜିଲ୍ଲା ପରିଷଦ ଜୋନ କରି ନିର୍ବାଚନ ପ୍ରଚାର କରିଛନ୍ତି। ନୂଆପଡ଼ା ଦର୍ଲୀମୁଣ୍ଡା, ସହିପଲ୍ଲା, ଖାଇହରାନି, କୋଟେନ୍ ଚୁଆଁ, ଭରୁଆମୁଣ୍ଡା ଏବଂ ଧରମବନ୍ଧା ରେ ନିର୍ବାଚନ ପ୍ରଚାର କରିଛନ୍ତି। ସେହିପରି କଂଗ୍ରେସ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ନୂଆପଡ଼ା ୮ ନମ୍ୱର୍ ଜିଲ୍ଲା ପରିଷଦ ଜୋନ୍ ର ଆମାନାର ରେ ଭୋଟ ପ୍ରଚାର କରିଛନ୍ତି।
