କଣ୍ଟେନର ଧକ୍କାରେ କାର୍ଯ୍ୟରତ ହୋମଗାର୍ଡ ମୃତ
ସୋର,,,(ଭଞ୍ଜଦୂତ , ନିପ୍ର, ଜ୍ୟୋତିପ୍ରକାଶ ) : ସୋର ଥାନାରେ କାର୍ଯ୍ୟରତ ଜଣେ ହୋମଗାର୍ଡଙ୍କର ତେଜପତ୍ର ବୋଝେଇ ଟ୍ରକ ଧକ୍କାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ଅନୁସାରେ ରୂପଖଣ୍ଡ ଗ୍ରାମର ଶୁଶାନ୍ତ ସେଠି ସୋର ଥାନାରେ ହୋମଗାର୍ଡ ଭାବେ କାର୍ଯ୍ୟରତ ଥିଲେ। ଆଜି ସକାଳେ ଡଳଡ୍ୟୁଟି ସାରି ଚାହା ପିଇବା ପାଇଁ କଲେଜ ଛକ ନିକଟକୁ ଯାଇଥିବା ବେଳେ ସେଠାରୁ ଫେରିବା ସମୟରେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଜାତୀୟ ରାଜପଥ ପେଟ୍ରୋଲିଂ ଗାଡି ଟ୍ରକଟିକୁ ପିଛା କରି ସିମୁଳିଆ ନିକଟରୁ ଜବତ କରିବା ସହିତ ସୋର ପୁଲିସକୁ ହସ୍ତାନ୍ତର କରିଛି। ଟ୍ରକର ଡ୍ରାଇଭର ଓ ହେଲ୍ପରଙ୍କୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।
