*ନୂଆପଡ଼ା ପରସାଗୁଡା ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ “ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରି ଙ୍କ ମିଳିତ ମଞ୍ଚ, ଓଡିଶା “ ତରଫରୁ ଜରୁରୀ ବୈଠକ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ପରସାଗୁଡା ଗ୍ରାମର ଶିବ ମନ୍ଦିର ପ୍ରାଙ୍ଗଣରେ “ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରି ଙ୍କ ମିଳିତ ମଞ୍ଚ,ଓଡିଶା “ ତରଫରୁ ଜରୁରୀ ବୈଠକ। ପ୍ରାନ୍ତରୁ ଶହ ଶହ ଜମାକାରୀ ଏକତ୍ରିତ ହୋଇ ଟଙ୍କା ଫେରାଇବା ନେଇ ସରକାର ତାଙ୍କ ଆଭିମୁଖ ସ୍ପଷ୍ଟ କରିବାକୁ ଦାବି। ବୈଠକରେ ମଞ୍ଚର କେନ୍ଦ୍ର ନେତୃ ବୃନ୍ଦ ବିଭୂଦତ୍ତ ମିଶ୍ର,ଉମେଶ ଚନ୍ଦ୍ର ନାୟକ, ଅମର ସାହୁ, ସୁଧାଂଶୁ ବେହେରା ତଥା ଜିଲ୍ଲା ନେତୃ ବୃନ୍ଦ ତିରିଥ ରାମ ରଣା, ରମନ ଲାଲ ସାହୁ,କୁଞ୍ଜଲାଲ ସାହୁ,ତ୍ରିଲୋଚନ ଶବର ,କମଳ ରାଉତ, ଗଣପତ ରାଉତ,ପ୍ରମୁଖ ଯୋଗ ଦେଇଥିଲେ। ବିଗତ ସରକାରଙ୍କ ଚଞ୍ଚକତା ପୂର୍ବକ ଆଚୋରଣକୁ ସମାଲୋଚନା କରି ନୂତନ ସରକାର ହୃଦୟତାର ସହ ଏହି ପ୍ରସଙ୍ଗକୁ ଯୁଦ୍ଧକାଳୀନ ଭିତ୍ତିରେ ବିଚାର କରି ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରିଙ୍କୁ ନ୍ୟାୟ ଦେବାକୁ ମତପ୍ରକାଶ କରିଥିଲେ ।
ଅମର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ ଏହି ବୈଠକରେ ବିଭୂଦତ୍ତ ମିଶ୍ର ଯୋଗଦେଇ ଭାରତୀୟ ଜନତା ଦଳ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ମନେପକାଇ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରିଙ୍କୁ ତୁରନ୍ତ ତହସିଲ ମାଧ୍ୟମରେ ଚିହ୍ନଟ କରିବା ନେଇ ପଦକ୍ଷେପ ନେବା କୁ ଅନୁରୋଧ କରିଛନ୍ତି।
