ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର
ଢେଙ୍କାନାଳ -: ହିନ୍ଦୋଳ ଥାନା ବାହାଲୁଣ୍ଡା ଗ୍ରାମର ବବୁଲ ଖୋଲାର(୨୬) ଏକ ଗଛରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି। ଆତ୍ମହତ୍ୟା ନ କରି କରିବା ପୂର୍ବରୁ ଭାଇକୁ ଫୋନ ଜଣାଇବା ସହ ପତ୍ନୀଙ୍କୁ ଭିଡ଼ିଓ କଲ ମାଧ୍ଯମରେ ଆତ୍ମହତ୍ୟା ବେଳର ଦୃଶ୍ୟ ଦେଖାଇଥିଲେ। ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିବାବେଳକୁ ବାବୁଲଙ୍କ ମୃତ୍ୟୁ ହୋଇ ସାରିଥିଲା। ପୁଲିସ ଶବ ଜବତ କରିବା ସହ ସାଇଣ୍ଟିଫିକ ଟିମ ସହ ତଦନ୍ତ ଆରମ୍ଭକରିଛି। ଆତ୍ମହତ୍ୟାର କାରଣ ଜଣାପଡ଼ିନି। ବବୁଲ ୭ ମାସ ତଳେ ପ୍ରେମ ବିବାହ କରିଥିବାବେଳେ ତାଙ୍କ ମୃତ୍ୟୁରେ ମୃତ୍ୟୁରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଏହା ହତ୍ୟା ନା ଆତ୍ମହତ୍ୟା ତାହାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।
