ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ।
ଢେ଼ଙ୍କାନାଳ-
ହିନ୍ଦୋଳ ବ୍ଲକ୍ ନବକିଶୋରପୁର ଗ୍ରାମପଞ୍ଚାୟତ ପକ୍ଷରୁ ନିଶା ନିବାରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସରପଞ୍ଚ ରୋଜାଲିନ ସାମଲଙ୍କ ନେତୃତ୍ଵରେ ନବକିଶୋରପୁର ପଞ୍ଚାୟତ କପିସାହି ମଙ୍ଗଳା ମନ୍ଦିର ଠାରୁ ମହିଳା ଓ ପୁରୁଷ ସଚେତନତା ବାର୍ତ୍ତା ଲେଖାଥିବା ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ କପିସାହି,ଫାଶୀଗାଁରେ ପହଞ୍ଚି ଥିଲେ । ସେଠାରେ ଅନୁଷ୍ଠିତ ସଚେତନତା ସଭା କାର୍ଯକ୍ରମରେ ହିନ୍ଦୋଳ ବ୍ଳକ ପୂର୍ବତନ ବ୍ଲକ ଚ୍ୟାରମ୍ୟାନ ତଥା ସମାଜସେବୀ ପ୍ରିୟ ରଞ୍ଜନ ମାହୁନ୍ତ,ସରପଞ୍ଚ ରୋଜାଲିନ ସାମଲ,ଯୋଗ ଦେଇଥିଲେ । ନିଶାଠାରୁ ସମସ୍ତେ ଦୂରେଇ ରହିବାକୁ ସଚେତନ କରାଯାଇଥିଲା ।
