*ନୂଆପଡା ଉପ ନିର୍ବାଚନ ନେଇ ସରଗରମ ଲାଗିଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଅଭିନବ ଉପାୟରେ ନିର୍ବାଚନ ପ୍ରଚାର, ବନ୍ଧୁଙ୍କୁ ପତ୍ର ଟିଏ କାର୍ଯ୍ୟକ୍ରମ, ପତ୍ର ଲେଖି ଭୋଟ ଭିକ୍ଷା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ସରଗରମ ଲାଗିଥିବା ବେଳେ ସ୍ଵାଧୀନ ପ୍ରାର୍ଥୀ ଭକ୍ତ ବନ୍ଧୁ ଧରୁଆ ଅଭିନବ ଉପାୟରେ ନିର୍ବାଚନ ପ୍ରଚାର କରୁଛନ୍ତି। ଆଜି ଖରୀଆର ରୋଡ ୱାଡ ନମ୍ୱର୍ ୧୬ ଲିମ୍ ଡିହି ଗ୍ରାମ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ସମର୍ଥନ ପର୍ବ ଅନୁଷ୍ଠିତ ହୋଇଅଛି। ଏହି ଉତ୍ସବ ରେ ବନ୍ଧୁଙ୍କୁ ପତ୍ର ଟିଏ କାର୍ଯ୍ୟକ୍ରମ ହାତକୁ ନେଇଥିବା ବେଳେ ପତ୍ର ଲେଖି ଭୋଟ ଭିକ୍ଷା କରିଛନ୍ତି। କମ୍ ଖର୍ଚ୍ଚ ରେ ଅଧିକ ପ୍ରଚାର କରୁଥିବା ଉପାୟ କରି ପତ୍ର ମାଧ୍ୟମରେ ଭୋଟର ଭାଇ ଭଉଣୀ ଙ୍କୁ ନିଜ ସପକ୍ଷରେ ଭୋଟ ଭିକ୍ଷା କରିଛନ୍ତି।
