୬୬ ତମ ପୋଲିସ ଶହିଦ ଦିବସ ପାଳିତ
ଢେଙ୍କାନାଳ-
ରିପୋର୍ଟ ଗୋକୁଳାନନ୍ଦ ବେହେରା
ଢେଙ୍କାନାଳ ସହରସ୍ଥିତ ସ୍ଥାନୀୟ ପୋଲସ ରିଜର୍ବ ପଡ଼ିଆରେ ମଙ୍ଗଳ ବାର ଦିନ ୬୬ ତମ ପୋଲିସ ଶହିଦ ଦିବସ ପାଳିତ ହୋଇଯାଇଛି ।ଏହି ଅବସରରେ ଢେଙ୍କାନାଳ ପୋଲିସ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତୋଳନ କରି ଅଭିବାଦନ ଗ୍ରହଣ କରିଥିଲେ l ସହୀଦ ଦିବସରେ ଓଡିଶା ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ପୋଲିସ ମାନଙ୍କ ଏପରି ଅବଦାନ କୁ ମାନେ ପକାଇବା ସହିତ ଅନ୍ୟ କାଯ୍ୟରତ ପୋଲିସ ମାନଙ୍କୁ ସାହସ ଯୋଗାଇବା ପାଇଁ ବାର୍ତ୍ତା କୁ ଆରକ୍ଷୀ ଅଧିକ୍ଷକ ପାଠ କରିଥିଲେ। ଏବଂ ଚଳିତ ବର୍ଷ ଜିଲ୍ଲାର ୧୯୧ ଜଣ ପୋଲିସ ନିଜର କର୍ତଵ୍ୟ କରି ଆମ ପୋଲିସ ବିଭାଗ କୁ ସୁରକ୍ଷିତ ରଖି ଶହିଦ ହୋଇଛନ୍ତି ମାନଙ୍କ ନାମକୁ ପଠନ କରି ଶ୍ରଦ୍ଧାଞ୍ଜ ଜ୍ଞାପନ କରିବା ସହିତ ଶହିଦ ପରିଚାରଙ୍କର ଉନ୍ନତି କାମନା କରିଥିଲେ । ଏହି ଅବସରରେ ପ୍ୟାରେଡରେ ଯାଇ ରିଜର୍ବ ପୋଲିସ ପଡ଼ିଥିବା ଥିବା ଶହିଦ ସ୍ତମ୍ଭରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ଏହି କାଯ୍ୟକ୍ରମ ସମସ୍ତ ପୋଲିସ ଅଧିକାରୀମାନେ ଉପସ୍ଥିତ ଥିଲେ।
