ଜଣେ ଗାନ୍ଧୀ ଅନୁରାଗୀ ନିଆରା ବ୍ୟକୃତ୍ୱ ସ୍ବର୍ଗତ ରଘୁନାଥ ରାଉତ ଙ୍କ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ.
ଭଦ୍ରକ ଜିଲ୍ଲାର ଧାମନଗର ବ୍ଲକ ଅନ୍ତର୍ଗତ ଅଭିବକ୍ତ ପାଳସାହି ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ(1974-1978),ସାହୁସାହି ସରକାରି ପ୍ରାଇମେରୀ ସ୍କୁଲ ଏବଂ କିଷାନ ନଗର ହାଇସ୍କୁଲ ର ପୂର୍ବତନ ପ୍ରଧାନ ଶିକ୍ଷକ, ପାଳସାହି ଏବଂ ରଇପୁର ଗ୍ରାମ ପଞ୍ଚାୟତ ଦୁଇଟି ରେ ଗଢି ଉଠିଥିବା ଅଧିକାଂଶ ଶିକ୍ଷାନୁଷ୍ଠାନ, ସାଂସ୍କୃତିକ ତଥା ସାମାଜିକ ପ୍ରତିଷ୍ଠାନ ମାନଙ୍କର ପ୍ରାଣ ପ୍ରତିଷ୍ଠାତା, ଜଣେ ନ୍ୟାୟବନ୍ତ, ଧର୍ମପରାୟଣ ବ୍ୟକ୍ତି ତଥା ଗାନ୍ଧି ଅନୁରାଗୀ ନିଆରା ମଣିଷ ସ୍ବର୍ଗତ ରଘୁନାଥ ରାଉତ ଙ୍କ ଦେହାନ୍ତ ହେବାର ନବମ ଦିନ ବେତାଳିଗାଁ ବଜାର ରେ ଅବସ୍ଥିତ ଥିବା ଗାନ୍ଧୀ ମଣ୍ଡପ ପରିସର ମଧ୍ୟରେ ଅପରାହ୍ନ ପାଞ୍ଚ ଘଟିକା ସମୟ ମଧ୍ୟରେ ବ୍ଲକ କଂଗ୍ରେସ ର ସଭାପତି ଆଇନଯିଵୀ ଶ୍ରୀଯୁକ୍ତ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱ ରେ ତଥା ପୂର୍ଵତନ ସରପଞ୍ଚ ଶ୍ରୀଯୁକ୍ତ ଅନିଲ କୁମାର ଦାସ ଙ୍କ ସଂଚାଳନା ରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଉଥିଲା . ଏହି ସଭାରେ ସଭା ପତିତ୍ୱ କରିଥିଲେ ବିଶିଷ୍ଠ ଶିକ୍ଷାବିତ୍ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ବେହୁରିଆ .ଉକ୍ତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦାନ କରି ସ୍ବର୍ଗତ ରାଉତ ଙ୍କ ଅଭୁଲା ସ୍ମରଣୀୟ ସ୍ମୃତି କୁ ସ୍ମରଣ କରିଥିଲେ ଅବସରପ୍ରାପ୍ତ ଅଧ୍ୟାପକ ଶ୍ରୀଯୁକ୍ତ ତ୍ରିଲୋଚନ ଦାସ, ଅନିଲ କୁମାର ରାଉତ, ପାଳସାହି ଏବଂ ରଇପୁର ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀଯୁକ୍ତ ଜଗତାନନ୍ଦ ସେଠୀ, ଅଜୟ କୁମାର ମଳିକ, ପୂର୍ବତନ ସରପଞ୍ଚ ଶ୍ରୀଯୁକ୍ତ ସୁଶାନ୍ତ କୁମାର ନାୟକ, ଭାଗିରଥି ମହାନ୍ତି, ଅବସରପ୍ରାପ୍ତ ସେନାଧିକାରୀ ଶ୍ରୀଯୁକ୍ତ କାଶୀନାଥ ମହାନ୍ତି, ବିଶିଷ୍ଠ ଶିକ୍ଷାବିତ୍ ଶ୍ରୀଯୁକ୍ତ ନିର୍ମଳ ଚନ୍ଦ୍ର ମହାନ୍ତି,କ୍ଷୀରୋଦ କୁମାର ବଳ, ଚିତ୍ରଭାନୁ ଦାସ, ରତ୍ନାକର ବେହୁରିଆ,ମୁରଲୀଧର ବଳ,ଭାଗିରଥି ବାରିକ, ବିଶିଷ୍ଠ ସମାଜସେବୀ ଶ୍ରୀଯୁକ୍ତ ନିମାଇଁ ଚରଣ ବାରିକ, ତ୍ରିଲୋଚନ ଦାସ, ନବଜୀବନ ଫାଉଂଡେସନ ର ମୁଖ୍ୟ ଶ୍ରୀଯୁକ୍ତ ମାନଂଶ ରଞ୍ଜନ ସାହୁ, ବିଦ୍ୟାଧର ବାରିକ, ରତ୍ନାକର ଜେନା, ଗୋଲକ ଚନ୍ଦ୍ର ମଳିକ, ସୁଧୀର କୁମାର ମଳିକ, ବାସୁଦେବ ଜେନା, ସୁରେନ୍ଦ୍ର କୁମାର ମଳିକ ଏବଂ ସୁଧାକର ନାୟକ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ .ଯୋଗଦାନ କରିଛନ୍ତି।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
