*ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ, ରାଜ୍ୟ ସଭାପତି ଙ୍କ ସମ୍ମୁଖରେ ବହୁ ସଂଖ୍ୟକ କର୍ମୀ ଙ୍କ ଯୋଗଦାନ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମ୍ମୁଖରେ ବହୁ ସଂଖ୍ୟକ କର୍ମୀ ଙ୍କ ଯୋଗଦାନ କରିଛନ୍ତି। ଦଳ ରେ ଯୋଗଦାନ ଏକ
ନିରନ୍ତର ପ୍ରକ୍ରିୟା ହୋଇଥିବା ବେଳେ ଦଳର ନୀତି ଆଦର୍ଶ ସେବା ସୁଶାସନ କୁ ଅନୁପ୍ରାଣିତ ହୋଇ ଯୋଗଦାନ କରୁଛନ୍ତି। ଦଳ ସଙ୍ଗଠାନିକ ମଜଭୁତ ହେଉଥିବା ବେଳେ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟ ରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦାନ ନିଶ୍ଚିତ ରୂପେ ଆସନ୍ତା ଉପ ନିର୍ବାଚନ ରେ ସହାୟକ ହେବା ସହ ଦଳ କୁ ବିଜୟ ଲକ୍ଷ ରେ ପହଞ୍ଚାଇବା ବୋଲି ବିଜେପି ନେତା ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି। ସେହିପରି ବିଜେପି ଦଳର କାର୍ଯ୍ୟ କୁ ନେଇ ଯୋଗଦାନ ବିଜେପି ପ୍ରାର୍ଥୀଙ୍କ ବିଜୟ ସୁନିଶ୍ଚିତ ହୋଇଥିବା ବେଳେ ବିଜୟ ବ୍ୟବଧାନ ଉପରେ କାର୍ଯ୍ୟ କରୁଥିବା ବିଷୟ ଯାଜପୁର ସାଂସଦ ରବୀ ବେହେରା ପ୍ରକାଶ କରିଛନ୍ତି
