*ଧ୍ବଂସାଭିମୁଖୀ ଜଗନ୍ନାଥ ବନ ପ୍ରକଳ୍ପ
*ଗ୍ରାମ୍ୟ ଜଙ୍ଗଲରୁ ଶାଗୁଆନ କାଠ ଚୋରି
*କୁମ୍ଭକର୍ଣ୍ଣ ନିଦ୍ରାରେ ବନ ବିଭାଗ
ହରଭଙ୍ଗା, : ପୁରୁଣାକଟକ ବନାଞ୍ଚଳ ଅନ୍ତର୍ଗତ ସୁରୁଣ୍ଡି ମହାନଦୀ କୂଳରେ ବନ ବିଭାଗ ଦ୍ୱାରା ସୃଷ୍ଟି କରାଯାଇଥିବା ଜଗନ୍ନାଥ ବନ ପ୍ରକଳ୍ପ ଦିନକୁ ଦିନ ଧ୍ବଂସ ପାଇବାରେ ଲାଗିଛି l ପ୍ରତିଦିନ ଜଗନ୍ନାଥ ବନ ପ୍ରକଳ୍ପରେ ବିଧ୍ବଂସର ତାଣ୍ଡବ ଚାଲିଥିବା ବେଳେ ଅପାରଗ ବନ ବିଭାଗ କୁମ୍ଭକର୍ଣ୍ଣ ଭଳି ନିଘୋଡ଼ ନିଦ୍ରାରେ ଶୋଇଛି l ଅନ୍ୟପଟେ ଗ୍ରାମ୍ୟ ଜଙ୍ଗଲରୁ ମୂଲ୍ୟବାନ ଶାଗୁଆନ କାଠ ଚୋରି ହେଉଥିବା ଭଳି ସଙ୍ଗୀନ ଅଭିଯୋଗ ମଧ୍ୟ ହେଉଛି l ଜନତାଙ୍କ ଟିକସ ଟଙ୍କାରେ ମାସିକ ଦରମା ପାଉଥିବା ବନପାଳ ଏବଂ ବନରକ୍ଷୀଙ୍କ ଦର୍ଶନ ମିଳୁନଥିବା ଯୋଗୁଁ କାଠ ଚୋରଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଉଛି l ତେଣୁ ବନ ବିଭାଗ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ପାଇଁ ସାଧାରଣରେ ଦାବି ହେଉଛି l
