ଜୟଚଣ୍ଡୀ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ଦଶରଥପୁର
କୟାଁଗୋଲା ସରକାରୀ ଉଚ୍ଚ ବିଦ୍ୟାଳୟ କୟାଁଗୋଲା ଠାରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ୨୦୨୫ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ପ୍ରିୟରଞ୍ଜନ ଦାଶ ଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କ୍ଲଷ୍ଟରରେ ଥିବା ମୋଟ ୧୧ ଗୋଟି ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୂଳମଣି ମଲ୍ଲିକ ଙ୍କ ସଭାପତିତତ୍ୱ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ମୁଖ୍ୟଅତିଥି ଭାବେ ଦଶରଥପୁର ବ୍ଲକ ଶିକ୍ଷା ଅଧିକାରୀ ଶାନ୍ତନୁ ମଲ୍ଲିକ ଯୋଗଦାନ କରିଥିଲେ। ସମ୍ମାନୀୟ ଅତିଥି ଭାବେ ବ୍ଲକ ସହ ଶିକ୍ଷାଅଧିକାରୀ ନୃସିଂହ ଚରଣ ମହାନ୍ତି, ସାବିତ୍ରୀ ସେଠୀ, ଶିକ୍ଷକ ଭାଗିରଥି ପୃଷ୍ଟି,କଳା ନିର୍ଦେଶକ କାର୍ତ୍ତିକ ଚନ୍ଦ୍ର ଜେନା ମଞ୍ଚାସୀନ ଥିଲେ। ଅତିଥିମାନେ ପ୍ରଥମେ ଗଣେଶ ଙ୍କ ଫଟୋ ନିକଟରେ ପ୍ରଦୀପ ପ୍ରଜ୍ଜ୍ଵଳନ ପୂର୍ବକ କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିକ୍ଷକ ପ୍ରତାପ ପଣ୍ଡା ଙ୍କ ନିର୍ଦେଶନା ରେ ଜୟଚଣ୍ଡୀ ଉଚ୍ଚ ବିଦ୍ୟାଳୟ ର ଛାତ୍ରୀ ମାନେ ସ୍ୱାଗତ ସଂଗୀତ ନାଚ କରିଥିଲେ। ଅପରାହ୍ନ ରେ ପୁରସ୍କାର ବିତରଣ ଉତ୍ସବ ରେ କୟାଁ ସରପଞ୍ଚ ମନ୍ଦାକିନୀ ମଲ୍ଲିକ ପୂର୍ବତନ ବ୍ଲକ ଶିକ୍ଷାଧିକାରୀ ଅର୍ଣ୍ଣଦା ପ୍ରସାଦ ରଣା, ସମିତିସଭ୍ୟ ରୋଶନ ଦାସ, ଜୟଚଣ୍ଡୀ ମହାବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଅଭିମନ୍ୟୁ ଦାସ ଖରସ୍ରୋତା ମହାବିଦ୍ୟାଳୟ ର ଅଧ୍ୟାପକ ଦୀପ୍ତୀରଞ୍ଜନ ସେନାପତି,ଆଇନଯିବି ବୈକୁଣ୍ଠ ପରିଡ଼ା ଯୋଗ ଦାନ କରିଥିଲେ। ବିଦ୍ୟାଳୟ ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଅମରେନ୍ଦ୍ର କବି, ସାବିତ୍ରୀ ସାହୁ, ସଂଧ୍ୟାରାଣୀ ଦାସ, ସୌଭାଗ୍ୟ ଦାସ, ସ୍ଵାଗତିକା ନନ୍ଦ, ସ୍ୱରାଜ ତ୍ରିପାଠୀ, ସୁଜାତା ମଲ୍ଲିକ, ଦେବାଶିଷ ନାୟକ, ସରୋଜ ଜେନା, ଅଂଶୁମାନ ଦାସ ପ୍ରମୁଖ ସହଯୋଗ କରିଥିଲେ । ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କାର ବିତରଣ କରାଯିବା ସହ ବ୍ଲକସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଭାଗନେବା ପାଇଁ ଛାତ୍ର/ଛାତ୍ରୀ ଙ୍କୁ ଚ଼ୟନ କରାଯାଇଥିଲା।
