ଅବସରର କାଳୀନ ସମ୍ବର୍ଦ୍ଧନା
ଦଶରଥପୁର :ଦଶରଥପୁର ବ୍ଲକ ଅଧିନସ୍ତ କୁଆଁଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକଙ୍କ ବିଦାୟ କାଳୀନ ସଭା ଆୟୋଜିତ ହୋଇଯାଇଛି| ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବିପିନ କୁମାର ରାୟଙ୍କ ପୌରହିତରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଜ୍ଞାନ ଶିକ୍ଷକ ଦୁଷ୍ମନ୍ତ କୁମାର ଦାସଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି| ଏହି ଅବସରେ ବିଦ୍ୟାଳୟ ସଭାଗୃହ ରେ ଏକ ସଭା ଆୟୋଜନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ରବୀନ୍ଦ୍ର କୁମାର ଦାସ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ଫୋଟୋ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।ମୁଖ୍ୟ ବକ୍ତା ଭାବେ ଅବସର ପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ଭାବେ ଅର୍ଣ୍ଣଦା ପ୍ରସାଦ ରଣା ଯୋଗ ଦେଇ ଶ୍ରୀଯୁକ୍ତ ଦାସ ଙ୍କ ଦୀର୍ଘ ୩୫ ବର୍ଷ ଶିକ୍ଷାଦାନ ଭଳି ବ୍ରତରେ ନିଜକୁ ନିୟୋଜିତ କରିଥିବା ତାଙ୍କ ର ଗୁଣଗାନ କରିଥିଲେ।ଅନ୍ୟତମ ଅତିଥି ରୂପେ ବିରିପଟା ପଞ୍ଚାୟତ ର ପୂର୍ବତନ ସରପଞ୍ଚ ରମେଶ ଚନ୍ଦ୍ର ରାଉତ, ବ୍ରଜକିଶୋର ବେହେରା,କୁଳମଣୀ ଦାସ, ଶାସ୍ତ୍ରିଜୀ ନୋଡାଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲିଜିତା ଦାସ, ଅବସର ପ୍ରାପ୍ତ ଶିକ୍ଷକ ବିକ୍ରମ ଦାସ ଉପସ୍ଥିତ ଥିଲେ। ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ।
.
