*ନୂଆପଡା ଉପ ନିର୍ବାଚନ ନେଇ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପକ୍ଷ ରୁ ଶକ୍ତି ପ୍ରଦର୍ଶନ ଓ ରୋଡ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ନେଇ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ପକ୍ଷ ରୁ ଶକ୍ତି ପ୍ରଦର୍ଶନ ଓ ରୋଡ ଶୋ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ନୂଆପଡ଼ା ଠାରୁ ଏହି ଶୋଭାଯାତ୍ରା ବାହାରି ବିପୁଳ ଜଣ ସମର୍ଥନ ରେ ନୂଆପଡ଼ା ନଗର ପରିକ୍ରମା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ଠାରେ ଏକ ରୋଡ ସଭା ଅନୁଷ୍ଠିତ ହୋଇଅଛି। ଏହି ରୋଡ ସଭା କୁ ବରିଷ୍ଠ ବିଜେଡି ନେତା ଦେବୀ ପ୍ରସାଦ ମିଶ୍ର ପରିଚାଳନା କରିଥିବା ବେଳେ ବିଜେଡ଼ି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ନୂଆପଡ଼ା ଜିଲ୍ଲା ତାଙ୍କ ମାମୁ ଘର ବୋଲି ମତବ୍ୟକ୍ତ ବିଜୁବାବୁ ଙ୍କ ଜିଲ୍ଲା ଗଠନ ଏବଂ
ନବୀନ କରିଥିବା ବିକାଶ ମୂଳକ କାର୍ଯ୍ୟ ନେଇ ଜନତା ଙ୍କ ପାଖକୁ ଯିବେ ଏବଂ ଭୋଟ ଭିକ୍ଷା କରିବେ ବୋଲି ପ୍ରକାଶ କରିଛନ୍ତି। ସଭାରେ ସଂଜୟ ଦାଶ ବର୍ମା, ରାଜ୍ୟସଭା ସାଂସଦ ନିରଂଜନ ବିଶି, ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ, ପୁସ୍ପେନ୍ଧୁ ସିଂ ଦେଓ ବର୍ଷା ସିଂ ବରିହା,ବହୁ ନେତା ଯୋଗ ଦେଇଥିଲେ।
