ସମ୍ମାନ ଚ୍ୟାଲେଞ ଆହ୍ୱାନ ଭିତରେ ନୂଆପଡ଼ା ଲଢ଼େଇ! କିଏ କରିବ ବାଜିମାତ!
କେନ୍ଦ୍ରରେ ବିଜେପି ସରକାର ସହ ରାଜ୍ୟରେ ବି ବିଜେପି ସରକାର! ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଦକ୍ଷତା ଯୋଗୁଁ ପୁଣି ଥରେ ଏବେ ସଭାପତି ଦାୟିତ୍ୱ ତୁଲାଉଛନ୍ତି। ନିର୍ବାଚନ ରଣନୀତି ଦୃଷ୍ଟି କୋଣରୁ ଦେଖିବାକୁ ଗଲେ, ନୂଆପଡ଼ା ରାଜନୀତିରେ ଢୋଲକିଆ ପରିବାରର ବି ବେଶ ଦବଦବା ରହିଛି, ଯେଉଁଥି ପାଇଁ ବିଜେପି ଜୟ ଢୋଲକିଆଙ୍କୁ ନିଜ ଦଳରେ ସାମିଲ କରି ଦଳୀୟ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନରେ ଓହ୍ଲାଇଛି। ରାଜ୍ୟ ଠାରୁ କେନ୍ଦ୍ର ପର୍ଯ୍ୟନ୍ତ ବିଜେପିର ବଡ଼ ବଡ଼ ନେତା ମନ୍ତ୍ରୀ ପ୍ରଚାରରେ ସାମିଲ ହେବା ସ୍ୱଭାବିକ କଥା ହୋଇଥିବା ବେଳେ, ଏହି ଉପ ନିର୍ବାଚନ ବିଜେପି ପାଇଁ ରହିବ ଏକ ବଡ଼ ସମ୍ନାନର କଥା ଯାହାକୁ ଏଡ଼ାଇ ଦିଆଯାଇ ନପାରେ। ଅନ୍ୟପଟେ ଏହି ଆସନଟି ବିଜେଡ଼ି ହାତରେ ରହିଥିବା ବେଳେ, ବିଜେପି ଯେମିତି ବିଜେଡ଼ି ହାତରୁ ଆସନଟିକୁ ଛଡାଇ ନ ନେବ ସେଥିପାଇଁ ବିଜେଡ଼ି ବି ବେଶ ରଣନୀତି ପ୍ରସ୍ତୁତି କରିଥିବା ଶୁଣିବାକୁ ମିଳୁଛି। ବିଜେଡ଼ି ଗତ ଚବିଶବର୍ଷ ଭିତରେ ମାତ୍ର ଦୁଇଟି ବିଧାନସଭା ଉପ ନିର୍ବାଚନରେ ବିଫଳ ହୋଇଥିବା ନଜିର ରହିଥିବା ବେଳେ, ଅନେକ ବିଧାନସଭା ଉପ ନିର୍ବାଚନରେ ବାଜିମାତ କରିଥିବା ନଜିର ରହିଛି। ହେଲେ ବିଜେଡ଼ି ସେତେବେଳେ ସରକାରରେ ରହିଥିବା ବେଳେ, ଏବେ ବିରୋଧୀ ଦଳ, ଆଉ ବିରୋଧୀ ଦଳ ଭାବେ ବିଜେଡି ପ୍ରଥମ ଥର ପାଇଁ ଉପ ନିର୍ବାଚନକୁ ସାମ୍ନା କରିବାକୁ ଯାଉଥିବା ବେଳେ, ବିଜେଡ଼ି ପାଇଁ ଏହା ଏକ ବଡ଼ ଚ୍ୟାଲେଞ କହିଲେ ଅତ୍ୟୁକ୍ତି ହେବନାହିଁ। ଆଉ ଗୋଟିଏ ପଟେ କଂଗ୍ରେସ ନା କେନ୍ଦ୍ରରେ ସରକାରରେ ଅଛି ନା ପଚିଶ ବର୍ଷ ଧରି ରାଜ୍ୟରେ। ହେଲେ ଯାହା ଶୁଣିବାକୁ ମିଳୁଛି କଂଗ୍ରେସର ଦଳୀୟ ପ୍ରାର୍ଥୀଙ୍କର ରହିଛି ନିଜସ୍ୱ ପ୍ରଭାବ ଯାହାକୁ କଂଗ୍ରେସ ଆୟୁଧ କରି ପ୍ରଚାର ପ୍ରସାର ଚଳାଇଛି। ଅବଶ୍ୟ ବିଗତ ଦିନରେ ବିଜେଡ଼ି ବିଜେପି ମେଣ୍ଟ ସରକାର ସମୟରେ ୨୦୦୮ ମସିହାରେ ଲକ୍ଷ୍ମୀପୁର ଉପ ନିର୍ବାଚନରେ କଂଗ୍ରେସକୁ ସଫଳତା ମିଳିଥିବା ନଜିର ରହିଛି। ତେବେ କଂଗ୍ରେସ ପାଇଁ ବି ଏକ ବଡ଼ ଆହ୍ୱାନ ରହିଥିବା କଥାକୁ ଏଡ଼ାଇ ଦିଆଯାଇ ନପାରେ। ତେବେ ଯାହା ଶୁଣିବାକୁ ମିଳୁଛି ତିନି ପ୍ରମୁଖ ରାଜନୈତିକ ଦଳର ପରସ୍ପର ପଲା ଭାରି ରହିଥିବା ବେଳେ, ତ୍ରିମୁଖୀ ଲଢ଼େଇ ହେବା ନିଃସନ୍ଦେହ କଥାକୁ ଏଡ଼ାଇ ଦିଆଯାଇ ନପାରେ।।।
ବାଲେଶ୍ୱର ରୁ ସ୍ୱତନ୍ତ୍ର ପ୍ରତିନିଧି ସମ୍ବିତ ବେହେରାଙ୍କ ରିପୋର୍ଟ।।।
