*ନୂଆପଡା ଉପ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନିହାଙ୍ଗିନ ଛୁରିଆ ଆଜି ନିଜ ପ୍ରଚାର ଆରମ୍ଭ, ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ ପ୍ରଚାର ଆରମ୍ଭ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଉପ ନିର୍ବାଚନ ରେ ବିଜେଡି ପ୍ରାର୍ଥୀ ସ୍ନିହାଙ୍ଗିନ ଛୁରିଆ ଆଜି ନିଜ ପ୍ରଚାର ଆରମ୍ଭ କରିଛନ୍ତି। ଏକତା ଛକ ଠାରେ ସ୍ୱର୍ଗତ ଘାସିରାମ ମାଝୀ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ପ୍ରଚାର ଆରମ୍ଭ କରିଛନ୍ତି। ଦଳୀୟ କର୍ମୀଙ୍କୁ ନେଇ ନୂଆପଡ଼ା ଠାରୁ ଖରୀଆର ରୋଡ ପର୍ଯ୍ୟନ୍ତ ଏକ ରୋଡ ଶୋ ଏବଂ ବାଇକ୍ ରେଳି ଅନୁଷ୍ଠିତ ହୋଇଅଛି। ତିନି ପ୍ରମୁଖ ମୁଦ୍ଦା ନେଇ ନିର୍ବାଚନ ରେ ଅବତରଣ କରିଛନ୍ତି। ପ୍ରଥମେ ନୂଆପଡ଼ା ସ୍ରଷ୍ଟା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ସ୍ୱର୍ଗତ ଘାସିରାମ ମାଝୀ ଙ୍କୁ ଆଶୀର୍ବାଦ ନେଇ ସମସ୍ତ ନୂଆପଡ଼ା ବାସୀଙ୍କୁ ଆଶୀର୍ବାଦ ଭିକ୍ଷା କରି ସେବା କରିବାର ସୁଯୋଗ ମାଗିଛନ୍ତି। ନୂଆପଡ଼ା ମୋର ପରିବାର ତେଣୁ ତାଙ୍କ ପାଇଁ କାମ କରିବି ବୋଲି କହିଛନ୍ତି। ନବୀନ ପଟ୍ଟନାୟକ ଙ୍କ ବିକଶିତ ନୂଆପଡ଼ା,ଜନ ହିତକାରୀ ଯୋଜନା ଏବଂ ବିଜେପି ସରକାରଙ୍କ ଅପାରଗତା ନାରୀ ସୁରକ୍ଷାରେ ବିଫଳ ନେଇ ଜନତା ଙ୍କ ନିକଟକୁ ଯିବା କହିଛନ୍ତି। ବିଧାୟକ ଅଧିରାଜ ପାଣିଗ୍ରାହୀ, ଜିଲ୍ଲା ସଭାପତି ଅବନୀ ରଂଜନ ଯୋଷୀ ଶତାଧିକ କର୍ମୀ ସାମିଲ ହୋଇଥିଲା
