ସଖୀ କେନ୍ଦ୍ର ଦ୍ଵାରା ବିଶ୍ଵ ହାତଧୋଆ ଦିବସ ପାଳନ
ବ୍ରହ୍ମପୁର- ଆଇ ଏସ୍ ଆର୍ ଡି ୱାନ୍ ଷ୍ଟପ ସେଣ୍ଟର ଓ ଶକ୍ତି ସଦନ ର ମିଳିତ ଅଭିଯାନ ରେ ବ୍ରହ୍ମପୁର ସ୍ଥିତ ଭି ଭି ଗିରି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ବିଶ୍ଵ ହାତ ଧୋଆ ଦିବସ ପାଳନ କରାଯାଇଥିଲା। ପ୍ରତ୍ୟେକ ବର୍ଷ ଅକ୍ଟୋବର ୧୫ ତାରିଖ କୁ ବିଶ୍ଵ ହାତଧୋଆ ଦିବସ ରୂପେ ପାଳନ କରାଯାଉଛି। ପ୍ରାୟ ଶହେ ଟି ଦେଶ ଏହି ଦିବସ ପାଳନ କରୁଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତି ଭାଗ୍ୟଲତା ପାଣଗ୍ରାହୀ ସୁସ୍ଥ ସମାଜ ରେ ନିରୋଗ ରହିବା କୁ ହେଲେ ସ୍ୱଚ୍ଚତା ଓ ସୁସ୍ଥ ପରିବେଶ ହିଁ ଆବଶ୍ୟକତା ବୋଲି ବୁଝାଇଥିଲେ। ସ୍ଵଚ୍ଛତା ହିଁ ରୋଗ ପ୍ରତିରୋଧ ର ମୂଳ ମନ୍ତ୍ର। ସ୍ଵଚ୍ଛତା ଦ୍ଵାରା ଜଣେ ଶାରିରୀକ ଓ ମାନସିକ ସ୍ତର ରେ ଉନ୍ନତି କରିପାରିବ। ଏଣୁ ପ୍ରତ୍ୟେକ ମଣିଷ ସ୍ଵଚ୍ଛତା ପ୍ରତି ଧ୍ୟାନ ଦେବା ଆବଶ୍ୟକ ବୋଲି ବୁଝାଇଥିଲେ। ମାନସିକ ଓ ଶାରିରୀକ ସୁସ୍ଥତା ପାଇଁ ସୁଷମ ପରିପୂରକ ଖାଦ୍ୟ, ଉତ୍ତମ ପରିବେଶ ଏବଂ ସୁଚିନ୍ତନ ଯୋଗ, ପ୍ରାଣାୟମ ର ନିତାନ୍ତ ଆବଶ୍ୟକତା ରହିଛି ବୋଲି ବୁଝା ଯାଇଥିଲା। ତେଣୁ ଶରୀର ସୁସ୍ଥ ରହିଲେ ସୁସ୍ଥ ସମାଜ ଗଠନ ହୋଇ ପାରିବ ବୋଲି ଆଲୋଚନା କରାଯାଇଥିଲା। ସମସ୍ତ ବାଳିକା ମାନଙ୍କୁ ନେଇ ଆଠ ଟି ସୋପାନ ରେ ହାତ ଧୋଆ କାର୍ଯକ୍ରମ କରାଯାଇଥିଲା। ଉକ୍ତ କାର୍ଯକ୍ରମ କୁ ସଖୀ କେନ୍ଦ୍ର ର କର୍ମଚାରୀ ସ୍ନେହମୟୀ ପାଢ଼ୀ, ଐଶ୍ଚର୍ୟା ସାବତ, ସୌଦାମିନୀ ସାହୁ, ପ୍ରଭାସିନୀ ପାଣିଗ୍ରାହି, ଗୋପାଳକୃଷ୍ଣ ଦଳବେହେରା ଏବଂ ଶକ୍ତି ସଦନ ର ସୁଶୋମିତା କାର୍ଜୀ, ଅନିତା ମଲ୍ଲିକ ଯୋଗ ଦେଇ ପରିଚାଳନା କରିଥିଲେ। ଆନ୍ତର୍ଜାତୀୟ ବାଳିକା ଦିବସ ଓ ବିଶ୍ଵ ହାତ ଧୋଆ ଦିବସ କାର୍ଯକ୍ରମ କୁ ତ୍ୱରାନ୍ଵିତ କରିବା ପାଇଁ ଛଅ ଟି ଶ୍ରେଣୀ କକ୍ଷ ରେ ବାଳିକା ମାନଙ୍କୁ ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ୍ ହେବା ଏବଂ ବାଳିକା ମାନଙ୍କୁ ଲୌହ ସାର ବଟିକା ଖାଇବା ପାଇଁ ଉତ୍ସାହିତ କରାଯାଇ ସଚେତନ କରାଯାଇଥିଲା। “ସୁସ୍ଥ ନାରୀ ସଶକ୍ତ ପରିବାର” ନାରା ଦେଇ ବିଶ୍ଵ ହାତ ଧୋଆ କାର୍ଯକ୍ରମ କୁ ସମାପନ କରାଯାଇଥିଲା।
