ବିଜେଡ଼ି ର ଜନସଂପର୍କ ପଦ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ହାଇଟେକ୍ ପ୍ଲାଜା ଠାରେ ଆଜି ବିଜେଡ଼ି ର ଆଗାମୀ ଦିନରେ ପଦ ଯାତ୍ରାକୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି। ପାରଳା ବିଧାୟକ ଶ୍ରୀ ରୁପେଶ ପାଣିଗ୍ରାହିଙ୍କ ଅଧ୍ୟକ୍ଷତା, ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ, ପାରଳା ପୌର ଅଧ୍ୟକ୍ଷା ନିର୍ମଳା ସେଠୀ , ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି ତିରୁପତି ରାଓ, ଗୁମା ବ୍ଲକ ଅଧ୍ୟକ୍ଷା ସୁନେମି ମଣ୍ଡଳ , ପ୍ରିତମ ପଲ ସାମୁଏଲ ରଇତ, ଗୋଷାଣୀ ଜିଲ୍ଲା ପରିଷଦ ବାଲାରାଜୁ , ଗୋଷାଣୀ ବ୍ଲକ ଉପଅଧ୍ୟକ୍ଷ ଗଜପତି ରାଓ ଓ ବିଭିନ୍ନ ବ୍ଲକ୍ ରୁ ବରିଷ୍ଟ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ରହି ନିଜ ନିଜର ବିଚାର ରଖିଥିଲେ। ଏହି ବୈଠକରେ ବିଜେଡ଼ି ପକ୍ଷରୁ ଜନ ସମ୍ପର୍କ ନିମନ୍ତେ କିପରି ଭାବେ ପଦ ଯାତ୍ରା କରାଯିବ ସେ ନେଇ ରଣ ନୀତି ପ୍ରସ୍ତୁତ କରାଯାଇଥିବା ସୂଚନା ରହିଛି।
