ଓଡ଼ିଶା ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ସୋର ଖଣ୍ଡ ତରଫରୁ ସାମ୍ବାଦିକ ସମ୍ମିଳନୀ।
ସୋର: ନିପ୍ର:: ସୋର କଲେଜ ଛକ ନିକଟରେ ଏକ ଘରୋଇ ମେସ ରେ ରାଜ୍ୟ ବେସରକାରୀ ଅଧ୍ୟାପକ କର୍ମଚାରୀ ସଂଘ ତରଫରୁ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସାରା ଓଡ଼ିଶାରେ ବିଭିନ୍ନ କଲେଜ ମାନଙ୍କରେ ପରିଚାଳନା କମିଟି ଦ୍ୱାରା ନିଯୁକ୍ତି ହୋଇଥିବା ଅଧ୍ୟାପକ କର୍ମଚାରୀମାନଙ୍କୁ ସମାନ କାମକୁ ସମାନ ଦରମା ଆଧାରରେ ସରକାର ଏକ ନୂତନ ପଲିସି ମାଧ୍ୟମରେ ପୂର୍ଣ୍ଣ ସରକାରୀ ଅନୁଦାନଭୁକ୍ତ କରନ୍ତୁ ବୋଲି ଦାବି ହୋଇଛି ।ଉକ୍ତ ସଂଘ ଏହି ସମ୍ପର୍କରେ ଗତ ନଭେମ୍ବର ମାସ ଉଚ୍ଚ ଶିକ୍ଷା ବିଭାଗ ନିର୍ଦ୍ଦେଶକ ଓ ସଚିବଙ୍କୁ ଦାବିପତ୍ର ପ୍ରଦାନ କରିଥିବା ସହ ଜନଶୁଣାଣୀ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏବଂ ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କ ଦୃଷ୍ଟି ଗୋଚର କରିଛନ୍ତି ବୋଲି କହିଛନ୍ତି ।ସ୍ୱଳ୍ପ ବେତନରେ ଏକ ଦଶନ୍ଧିଠାରୁ ଅଧିକ ସମୟ ସରକାରଙ୍କ ପ୍ରତ୍ୟେକ ନ୍ୟସ୍ତ କାର୍ଯ୍ୟ ଯଥା ଶ୍ରେଣୀ ଗୃହ କ୍ଲାସ୍ ଛାଡ଼ି,ଖାତା ମୂଲ୍ୟାଙ୍କନ,ନିର୍ବାଚନ ଡିଉଟି,ମହାବିଦ୍ୟାଳୟରେ ପ୍ରଶାସନିକ,କ୍ରୀଡା,ସାଂସ୍କୃତିକ କାର୍ଯ୍ୟ ବିନା କୌଣସି ଦ୍ୱିଧାରେ କରି ଆସୁଥିବା ବେଳେ ସରକାର କିନ୍ତୁ ତାଙ୍କ କଥା ବିଚାର ନକରିବା ଦୁଃଖଦ ଘଟଣା ବୋଲି ମତ ପ୍ରକାଶ କରିଛନ୍ତି । ସରକାର ଆଗାମୀ ୨୦ ତାରିଖ ମଧ୍ୟରେ ଦାବି ସପକ୍ଷରେ ଆଲୋଚନା ନକଲେ ସଂଘ ପକ୍ଷରୁ ଆମରଣ ଅନଶନ କରାଯିବ ଏବଂ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ସଂଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି । ବାଲେଶ୍ଵର ଜିଲ୍ଲା ର ଜିଲ୍ଲା ସଂଯୋଜକ ତାପସ କୁମାର ପାତ୍ର, ସୁବାସ ଚନ୍ଦ୍ର ରାଉତ, ଭାଗିରଥି ଘଡେ଼ଇ, ପ୍ରିୟଙ୍କା ମହାନ୍ତି, ଶିଶିର ମହାନ୍ତି, ଅଶୋକ କୁମାର ବାରିକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ସାମ୍ବାଦିକ ସମ୍ମିଳନୀ ରେ ବାଲେଶ୍ଵର ଜିଲ୍ଲାର ୧୨ ଟି ଖଣ୍ଡର ଖଣ୍ଡ ସଂଯୋଜକ, କଲେଜ ସଂଯୋଜକ ସହ ଶତାଧିକ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।
