ବ୍ରହ୍ମପୁର….ସ୍ଥାନୀୟ ଅରବିନ୍ଦ ନଗରସ୍ଥିତ ମା ସରସ୍ବତୀ ଶିଶୁଵିଦ୍ୟା ମନ୍ଦିରରେ ମହାଡ଼ମ୍ବର ସହକାରେ ସପ୍ତଦଶ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ପ୍ରାଣ ପ୍ରତିଷ୍ଠାତା ତଥା ଓଡିଶା ସାଧୁ ସମାଜର ସଭାପତି ଶ୍ରୀମହନ୍ତ କମଳାକାନ୍ତ ଦାସ ମହାରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଦୀପ ପ୍ରଜ୍ଜଳନ କରି କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ।ଶିଶୁ ମାନଙ୍କ ମନରେ ଆଧ୍ୟାତ୍ମିକ ଚିନ୍ତନ କିପରି ପରିସ୍ପୁଟନ ହୋଇପାରିବ ଏବଂ ସେମାନଙ୍କ ମନରେ ଏକାଗ୍ରତା ରହିଲେ ସେମାନେ ଭବିଷ୍ୟତ ରେ ଜଣେ ଉତ୍ତମ ନାଗରିକ ହୋଇପାରିବେ ବୋଲି ଶ୍ରୀମହନ୍ତ ତାଙ୍କ ବକ୍ତବ୍ୟ ରେ ପ୍ରକାଶ କରିଥିଲେ। ସମ୍ମାନୀତ ଅତିଥିଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନ ର ପରୀକ୍ଷ। ପରିଚାଳିକା ସୁଶ୍ରୀ ଉଷାରଣୀ ତ୍ରିପାଠୀ ଯୋଗଦେଉ ଶିଶୁ ମାନଙ୍କ ବୌଦ୍ଧିକ ଏବଂ ନୈତିକ ଜ୍ଞାନ ର କିପରି ବିକାଶ ହୋଇପାରିବ ମାର୍ଗଦର୍ଶନ କରିଥିଲେ।ଏଥିରେ ବିଦ୍ୟାଳୟର ସଭାପତି ଅନିଲ କୁମାର ମହାପାତ୍ର, ଯୁଗ୍ମ ସମ୍ପାଦିକା ଶ୍ରୀମତୀ କୁନି ପାଢ଼ୀ. ଉପଦେଷ୍ଟା ସୁଦର୍ଶନ ସାହୁ. ଶିକ୍ଷା କମିଟି ପୂର୍ଣ୍ଣଚନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ।ପ୍ରଧାନ ଆଚାର୍ଯ୍ୟ ରାଜେନ୍ଦ୍ର କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ପାଦକ କୁମୁଦ ରଞ୍ଜନ ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ ଶିଶୁଙ୍କ ଚରିତ୍ର ଗଠନ. ନୈତିକ ଶିକ୍ଷାରେ ମା ମାନଙ୍କ ଭୂମିକା କଣ ଅତିଥି ମାନେ ମତ ଦେଇଥିଲେ। ବର୍ଷସାରା ବିଭିନ୍ନ ପ୍ରତିଯୋଗିତାରେ ସଫଳତା ହାସଲ କରିଥିବା ଶିଶୁଙ୍କୁ ପୁରସ୍କୃତ କରାଯାଇଥିଲା ଶେଷରେ ଶିଶୁମାନଙ୍କ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ଶିକ୍ଷା ବିକାଶ ସଂସ୍ଥାନ ର କାର୍ଯ୍ୟାଳୟ ସମ୍ପାଦକ ପ୍ରକାଶ ଚନ୍ଦ୍ର ବିଶୋଇ, ରମେଶ ପ୍ରଧାନ, ପ୍ରମୋଦ ବିଶୋଇ, ବୃନ୍ଦାବନ ସାହୁ, କୈଳାଶ ଚନ୍ଦ୍ର ପଣ୍ଡା, ଗୋବିନ୍ଦ ବେହେରା, ନୀଳାଞ୍ଚଳ ସାହୁ, ସୁମିତ୍ରା ତ୍ରିପାଠୀ, ରେଣୁକା ଦାସ, ପ୍ରଣତି ସାହୁ ସମେତ ଅନୁଷ୍ଠାନ ର ସମସ୍ତ ଗୁରୁମା ଗୁରୁଜୀ ପରିଚାଳନାରେ ସହଯୋଗ କରିଥିଲେ।
