*ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ସରଗରମ ଥିବା ବେଳେ ବିଜେଡ଼ି ପ୍ରସ୍ତାବିତ ପ୍ରାର୍ଥୀ ଜୟ ଢୋଲକିଆ ବିଜେପି ରେ ଯୋଗଦାନ, ବିଜେପି ରାଜ୍ୟ ମିଶ୍ରଣ ପର୍ବରେ ଜୟ ଢୋଲକିଆ ଓ ବସନ୍ତ ପଣ୍ଡା ଉପସ୍ଥିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଖରୀଆର ରୋଡ ନିବାସୀ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆ ଙ୍କ ପୁତୁରା ଜୟ ଢୋଲକିଆ ପଦ୍ମ ଧରିବା ନେଇ ସ୍ପଷ୍ଟ ହୋଇଅଛି।ନୂଆପଡ଼ା ଜିଲ୍ଲା ଉପ ନିର୍ବାଚନ ସରଗରମ ଥିବା ବେଳେ ବିଜେଡ଼ି ପ୍ରସ୍ତାବିତ ପ୍ରାର୍ଥୀ ଜୟ ଢୋଲକିଆ ବିଜେପି ରେ ଯୋଗଦାନ ନେଇ ସ୍ପଷ୍ଟ ଜଣ ପଡ଼ିବା ପରେ ବିଜେପି କର୍ମୀ ମହଲ ରେ ଉସ୍ମତା ଲାଗି ରହିଅଛି। ବିଜେପି ରାଜ୍ୟ ମିଶ୍ରଣ ପର୍ବରେ ଜୟ ଢୋଲକିଆଙ୍କ ଭିଡିଓ ଜାହିର ହେବା ପରେ ବିଜେପିରେ ଯୋଗଦାନ କରିଛନ୍ତି । କିନ୍ତୁ ନୂଆପଡ଼ା ଉପ ନିର୍ବାଚନ ରେ ବିଜେପି ପ୍ରାର୍ଥୀ ହେବା ଘୋଷଣା ବାକି ଅଛି। ନୂଆପଡ଼ା ଜିଲ୍ଲା ବରିଷ୍ଠ ବିଜେପି ନେତା ବସନ୍ତ କୁମାର ପଣ୍ଡା ମଧ୍ୟ ବିଜେପି ମିଶ୍ରଣ ପର୍ବରେ ଉପସ୍ଥିତ ରହିଛନ୍ତି।
