*ନୂଆପଡା ଜିଲ୍ଲା ରେ ଉପ ନିର୍ବାଚନ ନେଇ ନିର୍ବାଚନ କମିଶନ ଙ୍କ ନିର୍ଦ୍ଧେଶ କ୍ରମେ ପ୍ରଶାସନିକ ଅଧିକାରୀ ଙ୍କୁ ତାଲିମ ପ୍ରଦାନ, ଖର୍ଚ୍ଚ ଅଟକଳ ଆକଳ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ତାଲିମ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲାପାଳ ସମ୍ମିଳନୀ କକ୍ଷ ଠାରେ ନୂଆପଡା ବିଧାନସଭା ଉପ ନିର୍ବାଚନ ନେଇ ନିର୍ବାଚନ କମିଶନ ଙ୍କ ନିର୍ଦ୍ଧେଶ କ୍ରମେ ପ୍ରଶାସନିକ ଅଧିକାରୀ ଙ୍କୁ ତାଲିମ ପ୍ରଦାନ, ଖର୍ଚ୍ଚ ଅଟକଳ ଆକଳ ନେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ତାଲିମ ପ୍ରଦାନ କରିଛନ୍ତି। ଜିଲ୍ଲାପାଳ ମଧୁସୂଦନ ଦାଶ ଅଧ୍ୟକ୍ଷତା କରିଥିବା ବେଳେ ବିଶେଷ ରୁପେ ଉପନିର୍ବାଚନ ରେ ଦୁଇ ଜଣ ଜାତୀୟ ସ୍ତରୀୟ ମାଷ୍ଟର ଟ୍ରେନର ପ୍ରମୋଦ କୁମାର ସାହୁ ଏବଂ ଶତୃଘ୍ନ କର ଯୋଗ ଦେଇ ଜିଲ୍ଲା ସ୍ତରୀୟ ଅଧିକାରୀଙ୍କୁ ତାଲିମ ଦେଇଥିଲେ। ଏହି ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ପରେ ବ୍ଲକସ୍ତରୀୟ ଅଧିକାରୀଙ୍କୁ ତାଲିମ ଦେବେ।
