*ମାଷ୍ଟର ଟ୍ରେନରମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ତାଲିମ ପ୍ରଦାନ,ଇ ଭି ଏମ୍, ଭି ଭି ପାଟ୍ ଓ କଣ୍ଟ୍ରୋଲ ୧ ୟୁନିଟ ପରିଚାଳନା ସମ୍ଵନ୍ଧରେ ପ୍ରାକ୍ଟିକାଲ୍ ଟ୍ରେନିଙ୍ଗ*
ନୂଆପଡା (ମିଖାଏଲ ନନ୍ଦ)*
ନୂଆପଡା ବିଧାନସଭା ଉପନିର୍ବାଚନ ଆସନ୍ତା ନଭେମ୍ବର ୧୧ ରେ ଅନୁଷ୍ଠିତ ହେବକୁ ଥିବା ବେଳେ ନିର୍ବାଚନ ଅବାଧ ଏବଂ ମୁକ୍ତ ନିର୍ବାଚନ କରିବା ପାଇଁ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଆସି ନିର୍ବାଚନ ଦାୟିତ୍ବ ଥିବା ଅଧିକାରୀ ମାନଙ୍କୁ ଟ୍ରେନିଂ ଦେଉଛନ୍ତି l ଏହି କ୍ରମରେ ଅତିରିକ୍ତ ଶାସନ ସଚିବ ତଥା ଜାତୀୟ ସ୍ତରର ମାଷ୍ଟର ଟ୍ରେନର ପ୍ରମୋଦ କୁମାର ସାହୁ ଜିଲ୍ଲା ସ୍ତରୀୟ ମାଷ୍ଟର ଟ୍ରେନର, ବିଧାନସଭା ସ୍ତରୀୟ ମାଷ୍ଟର ଟ୍ରେନର ଏବଂ ସେକ୍ଟର ଅଧିକାରୀ ମାନଙ୍କୁ ନିର୍ବାଚନ ପ୍ରସ୍ତୁତି ସମ୍ବନ୍ଧୀୟ ଆବଶ୍ୟକୀୟ ତାଲିମ ପ୍ରଦାନ କରିଥିଲେ । ସଂମ୍ପୃକ୍ତ ଅଧିକାରୀ ମାନଙ୍କୁ ତାଲିମ ଦେବା ସହିତ ନିଜ କର୍ତ୍ତବ୍ୟ ସମ୍ବନ୍ଧରେ ଅବଗତ କରିବା ପାଇଁ ଜିଲ୍ଲାପାଳ ମଧୂସୁଦନ ଦାଶଙ୍କ ଅଧ୍ୟକ୍ଷତାରେ ସମ୍ମିଳନୀ କକ୍ଷରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ପ୍ରାରମ୍ଭରେ ଜିଲ୍ଲାପାଳ ଟ୍ରେନର ମାନଙ୍କୁ ସ୍ବାଗତ କରି ସେମାନଙ୍କ ଗୁରୁ ଦାୟିତ୍ବ ସମ୍ପର୍କ ରେ ଆହ୍ବାନ କରିଛନ୍ତି। ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ସମସ୍ତ ଅଧିକାରୀ ଆସି ତାଲିମ ଗ୍ରହଣ କରି ମୁକ୍ତ ଅବାଧ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ଆହ୍ବାନ କରିଛନ୍ତି।
