ବୌଦ୍ଧ ରେ ପାଳିତ ହେଲା ବରିଷ୍ଠ ନାଗରିକ ଦିବସ :-
ବୌଦ୍ଧ:-ବୌଦ୍ଧ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ବିଭାଗ ପକ୍ଷରୁ ସହର ଟାଉନ ହଲ ଠାରେ ବରିଷ୍ଠ ନାଗରିକ ଦିବସ ପାଳନ ମହାସମାରୋହ ରେ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ସାଂସଦ ସୁକାନ୍ତ ପାଣିଗ୍ରାହୀ ଯୋଗଦେଇ କାର୍ଯ୍ୟକ୍ରମ ର ଶୁଭାରମ୍ଭ କରିଥିଲେ lଏଥିରେ ବରିଷ୍ଠ ନାଗରିକ ମାନଙ୍କୁ ଯୋଗ, ପ୍ରାଣାୟାମ ସହ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା l ପରେ ପରେ ଏକ ସାଧାରଣ ସଭା ଅନୁଷ୍ଠିତ ହେବା ସହ ସମସ୍ତ ବରିଷ୍ଠ ନାଗରିକ ମାନଙ୍କୁ ଉପକୌଢନ ଦେଇ ସାଂସଦ ଙ୍କ ସମେତ ଅନନ୍ୟ ଅତିଥିଗଣ ସମ୍ବର୍ଦ୍ଧିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ବୌଦ୍ଧ ଜିଲାପାଳ ବିଭୁତି ଭୂଷଣ ନାଏକ, ଅତିରିକ୍ତ ଜ଼ିଲ୍ଲାପାଳ ଅନିରୁଦ୍ଧ ପଧାନ, ବରିଷ୍ଠ ନାଗରିକ ସଂଘ ତଥା ଟ୍ରକ ମାଲିକ ସଂଘ ର ସଭାପତି ଶିବ ପ୍ରସାଦ ମିଶ୍ର, ସମ୍ପାଦକ, ବରିଷ୍ଠ ନାଗରିକ ସଂଘ ଅକ୍ଷୟ ମହାନ୍ତି ଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ l ଏହି ଉପଲକ୍ଷେ କଳାକାର କରୁଣାକର ବଗର୍ତ୍ତୀ ଏବଂ ସୌମିତ୍ରୀ ମାଟିଆ ବରିଷ୍ଠ ନାଗରିକ ମାନଙ୍କ ଉଦ୍ଦେଶ୍ୟ ରେ ଦାଶକାଠିଆ ଏବଂ ସଂକୀର୍ତନ ଦଳ ସଂକୀର୍ତନ ପରିବେଷଣ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସାମାଜିକ ସୁରକ୍ଷା ଅଧିକାରୀ ରାଜୀନ୍ଦ୍ର କିସାନ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l
