ବିଳମ୍ବିତ ରାତିରେ ଅଭିଯୁକ୍ତଙ୍କୁ ଧରିବା ନାଁରେ ଘରେ ପଶି ପୁଲିସର ମାତ୍ରାଧିକ କାର୍ଯ୍ୟ: ମହିଳାଙ୍କୁ ଅସଦାଚରଣ
ସୋର(ନିପ୍ର)- ସୋର ପୌରପରିଷଦ ତୁଣ୍ଡପଡ଼ା ଅଞ୍ଚଳର ଅଭିଯୁକ୍ତକୁ ସୋର ପୁଲିସ ସହଯୋଗରେ ଆସୁଥିବା କେତେକ ପୁଲିସ୍ ବିଳମ୍ବିତ ରାତିରେ ବିନା ୱାରେଣ୍ଟରେ ଜଣେ ଭଦ୍ରବ୍ୟକ୍ତିଙ୍କ ଘରେ ଯୋର ଜବରଦସ୍ତ ପଶି ମହିଳା ଏବଂ ତାଙ୍କର ଝିଅଙ୍କୁ ଅସଦ ଆଚରଣ କରିଥିବା ସଂପର୍କରେ ଆଜି ସୋର ଷ୍ଟେସନଛକସ୍ଥିତ ରୟାଲ ହୋଟେଲ ସଭାଗୃହରେ ଅନୁଷ୍ଠିତ ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି। ଏହି ଗ୍ରାମର ରଜତ କର ନାମକ ଜଣେ ବ୍ୟକ୍ତିିଙ୍କ ସ୍ତ୍ରୀ ବାରିପଦା ପୁଲିସରେ ଅଭିଯୋଗ ମୂଳେ ରଜତଙ୍କୁ ଗିରଫ କରିବା ପାଇଁ ଜଣେ ସୋର ପୁଲିସ୍ ସହାୟତାରେ ଏହି ଗ୍ରାମର ଲକ୍ଷ୍ମୀକାନ୍ତ ପାଢ଼ୀଙ୍କ ଘରେ ରାତି ପ୍ରାୟ ୨ଟା ବେଳେ ପହଞ୍ଚି ବିନା ସର୍ଚ୍ଚ ୱାରେଣ୍ଟରେ ଜବରଦସ୍ତ ଘର ଭିତରକୁ ପଶି ରଜତକୁ ଦେଢ଼ଘଣ୍ଟାକାଳ ଖୋଜାଖୋଜି କରିବା ବାହାନାରେ ଲକ୍ଷ୍ମୀକାନ୍ତଙ୍କ ସ୍ତ୍ରୀ ଗାୟତ୍ରୀ ପାଢ଼ୀଙ୍କୁ ଅସଦ ଆଚରଣ କରିବା ସହିତ ତାଙ୍କ ଝିଅକୁ ମଧ୍ୟ ଖରାପ ବ୍ୟବହାର ଦେଖାଇବାକୁ ପଛାଇ ନଥିଲେ। ତାଙ୍କ ସହିତ ଜଣେ ବିନା ପୋଷାକର ମହିଳା ଥିଲେ। ଏହା ରଜତର ଘର ନୁହେଁ ବୋଲି ଜାଣିବା ପରେ ବି ସେମାନଙ୍କ ମଧ୍ୟରୁ ଜଣେ ବିନା ପୋଷାକ ପିନ୍ଧା ପୁଲିସ ନାମଧାରୀ ନିଶାଗ୍ରସ୍ତ ଅବସ୍ଥାରେ ଗାୟତ୍ରୀଙ୍କ କାନ୍ଧରେ ହାତ ପକାଇ ତାଙ୍କୁ ଅସଦ୍ ଆଚରଣ କରିଥିବା ସଂପର୍କରେ ସୋର ଥାନାରେ ଅନ୍ଲାଇନରେ ୫.୧୦.୨୦୨୫ରେ ଅଭିଯୋଗ କରିବା ସହିତ ବାଲେଶ୍ୱର ଏସପିଙ୍କ ୨୦୨୫୧୩୬୮୯୯୧ରେ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ୍ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏହା ବ୍ୟତୀତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠକୁ ଅଭିଯୋଗ କରିବା ପରେ ସିଏମ୍ଓ ୨୦୨୫୧୩୬୮୯୯୨ରେ ଏହା ରେକର୍ଡ଼ ହୋଇଥିବା ବେଳେ ପୁଲିସ୍ର ଏ ବାବାଦରେ ନିରବତାକୁ ନେଇ ଉଭୟେ ସ୍ୱାମୀ ସ୍ତ୍ରୀ ସମ୍ବାଦିକ ସମ୍ବିଳନୀରେ କ୍ଷୋଭ ପ୍ରକାଶ କରିବା ସହିତ ନିରପେକ୍ଷଭାବେ ତଦନ୍ତ ଦାବି କରିଛନ୍ତି।
