ମହାପାତ୍ର ନର୍ସିଂହୋମ ଉଦଘାଟନ କାର୍ଯ୍ୟକ୍ରମରେ ସେବା ପାଇଁ ଆଦର୍ଶ ଯୁବ ପରିଷଦ ସମ୍ମାନିତ
ସୋର(ଭଞ୍ଜଦୂତ, ନିପ୍ର, ଜ୍ୟୋତିପ୍ରକାଶ): ସୋରରେ ମହାପାତ୍ର ନର୍ସିଂହୋମ ଉଦଘାଟିତ। ସୋର ପୌରପରିଷଦ ଅନ୍ତର୍ଗତ ଜାତୀୟ ରାଜପଥ ଉତ୍ତରେଶ୍ୱର ଠାରେ ମହାପାତ୍ର ନର୍ସିଂହୋମର ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ସୋର ବିଧାୟକ ମାଧବ ଧଡା ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଏହାକୁ ଉଦଘାଟନ କରିବା ସହିତ ଏହି ନର୍ସିଂହୋମ ଗରିବ ଲୋକମାନଙ୍କର ଚିକିତ୍ସା ସେବାରେ ସହାୟକ ହୋଇ ପାରିବ ବୋଲି କହିଥିଲେ। ସମ୍ମାନିତ ଅତିଥିଭାବେ କର୍କଟ ରୋଗ ବିଶେଷଜ୍ଞ ଡ. ରଞ୍ଜିତ କର, ସ୍ତ୍ରୀ ଓ ପ୍ରସୁତି ରୋଗ ବିଶେଷଜ୍ଞ ଡ. ସନ୍ତୋଷ ସାହୁ, ସର୍ଜରୀ ବିଶେଷଜ୍ଞ ପ୍ରଭାସ କୁମାର ମହାନ୍ତି ଏଥିରେ ଯୋଗଦେଇ ଚିକିତ୍ସା ସେବା ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ। ନର୍ସିଂହୋମର ମାଲିକ ରବୀନ୍ଦ୍ରନାଥ ମହାପାତ୍ର ଏହି ସଭାକୁ ପରିଚାଳନ କରିଥିବା ବେଳେ ସତ୍ୟରଞ୍ଜନ ମହାପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ। ଅତ୍ୟାଧୁନିକ ପ୍ରଣାଳୀର ଅସ୍ତ୍ରୋପଚାର ସାଙ୍ଗକୁ ଅତ୍ୟାଧୁନିକ ଯନ୍ତ୍ରପାତିରେ ବିଭିନ୍ନ ପରୀକ୍ଷା ନିରୀକ୍ଷା କରାଯିବାର ସୁବିଧା ଏଠାରେ ଉପଲବ୍ଧ ଥିବା ସହିତ ସୁପରସ୍ପୋଲିଷ୍ଟ ଡାକ୍ତରମାନଙ୍କ ପରାମର୍ଶ ଦ୍ୱାରା ସୁବିଧା ସୁଲଭ ମୁଲ୍ୟରେ ଦିଆଯିବ, ଯେଉଁ ଥିରେ କି ଗରିବ ଲୋକେ ଉପକୃତ ହୋଇପାରିବେ ବୋଲି ନର୍ସିଂହୋମର ମାଲିକ ସତ୍ୟରଞ୍ଜନ କହିଛନ୍ତି। ଅବିରତ ସାମାଜିକ ସେବା କାର୍ଯ୍ୟକ୍ରମ ଦୀର୍ଘ ୬ ବର୍ଷରୁ ଉର୍ଦ୍ଧ୍ୱ ପ୍ରତେକ ଦିନ ରାତିରେ ସୋର ଅଞ୍ଚଳରେ ଅସହାୟ, ଭୋକିଲା ଲୋକଙ୍କୁ ଖାଦ୍ୟ ପ୍ରଦାନ ସହ ବିବିଧ ସେବା କାର୍ଯ୍ୟ ପାଇଁ ରାଜ୍ୟ ତଥା ସୋରର ଅଗ୍ରଣୀ ସ୍ବେଛାସେବୀ ସାମାଜିକ ସେବା ସଂଗଠନ ଆଦର୍ଶ ଯୁବ ପରିଷଦକୁ ସମ୍ମାନିତ କରାଯାଇଥିଲା। ଏହି ସମ୍ମାନକୁ ପରିଷଦର ସଭାପତି ପୃଥିବୀ ରଞ୍ଜନ ବେହେରାଙ୍କ ସହ ସକ୍ରିୟ ସଦସ୍ୟ ଯଦୁନାଥ ଧଡ଼ା, ଧୀରଜ ବେହେରା, ମନୋରଞ୍ଜନ ସାହୁ, ସୌରଭ ନାୟକ, ଦୀନବନ୍ଧୁ ବେହେରା, ସଂଜିବ ପାତ୍ର, ମୃତ୍ୟୁଞ୍ଜୟ ଦାସ, ଯୋଗେଶ୍ୱର ବେହେରା, ମାନସ ରଞ୍ଜନ ମହାଳିକ, ରଞ୍ଜିତା ଅଗସ୍ତି, ନିବେଦିତା ପୋଇ ପ୍ରମୁଖ ପରିଷଦ ତରଫରୁ ସାଦର ସହ ଗ୍ରହଣ କରିଥିଲେ।
