ମାତୃକୃପା ଏମ୍ପାୱାରମେଣ୍ଟ ଫାଉଣ୍ଡେସନ ପକ୍ଷରୁ ସ୍ଵେଛାକୃତ ରକ୍ତଦାନ ଶିବିର ଆୟୋଜିତ.
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ଗୋପାଳପୁର ପଞ୍ଚାୟତ ଅନ୍ତର୍ଗତ କଳାଶ୍ରୀ ଗ୍ରାମ ମାତୃକୃପା ଭବନ ଠାରେ ମାତୃକୃପା ଏମ୍ପାୱାରମେଣ୍ଟ ଫାଉଣ୍ଡେସନ୍ ତରଫରୁ ଆଜି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି।ଏହି ରକ୍ତଦାନ ଶିବିର କାର୍ଯ୍ୟକ୍ରମକୁ ବାଲିଚନ୍ଦ୍ରପୁର ଥାନା ଭାରପ୍ରାପ୍ତ ଅଧିକାରୀ ସମରଜିତ୍ ନାୟକ ଉଦ୍ଘାଟନ କରିଥିଲେ।ଏହି ରକ୍ତଦାନ ଶିବିରରେ ମୋଟ 50ଇୟୁନିଟ ରକ୍ତ ସଂଗ୍ରହ ହୋଇଛି.ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଯୋଗଦେବା ସହ ରକ୍ତଦାତା ମାନଙ୍କୁ ଉତ୍ସାହିତ କରିଥିଲେ,ମାତୃକୃପା ଏମ୍ପାୱାରମେଣ୍ଟ ଫାଉଣ୍ଡେସନ୍ ର ସଭାପତି ଜୋତ୍ରୀମଇ ସାମଲ,ଜୟନ୍ତୀ ସାମଲ, ଉତ୍ତମ ଦାସ,ହଳଧର ସାହୁ,କାଳନ୍ଦୀ ଚରଣ ମହାନ୍ତି,ପ୍ରକାଶ ଚନ୍ଦ୍ର ପ୍ରଧାନ, ନବକିଶୋର ରାଉତ,ଚିନ୍ମୟ ଶାନ୍ତି,ରଶ୍ମିତା ଦାସ,ସଂଗୀତା ସାମଲ,ଅମୀୟ ସାହାଣୀ,ମୁର୍ତ୍ତୁଞ୍ଜୟ ସିଂ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ.।
