*ନୂଆପଡାରେ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ସମୀକ୍ଷା ବୈଠକ l*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ଗସ୍ତରେ ଓଡ଼ିଶା ସରକାରଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକଙ୍କ ଆସି ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ସମୀକ୍ଷା ବୈଠକରେ ଯୋଗଦାନ କରିଥିଲେ l ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଆବାହକତ୍ୱରେ ସମ୍ମିଳନୀରେ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ବନଖଣ୍ଡ ଅଧିକାରୀ ଖଡ଼ିଆଳ ଅଜିଜ ଖାନ,ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ସୁର୍ମି ସୋରେନ୍, ସାଂସଦଙ୍କ ପ୍ରତିନିଧି ପ୍ରେମ୍ ଅଗ୍ରୱାଲ, ସମସ୍ତ ବି ଡି ଓ, ବିଭିନ୍ନ ବିଭାଗୀୟ ଯନ୍ତ୍ରୀ, ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l ସମସ୍ତଙ୍କୁ ସମ୍ବୋଧନ କରି ମାନ୍ୟବର ମନ୍ତ୍ରୀ କହିଲେ ଯେ, ନୂଆପଡା ଜିଲ୍ଲା ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ଦୃଷ୍ଟିରେ ରହିଛି l ଜିଲ୍ଲା ପ୍ରଶାସନ ତରଫରୁ ନିଆ ଯାଇଥିବା ଏକକ ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଏବଂ ପ୍ରବାସୀ ଶ୍ରମିକ ପ୍ରଥାକୁ ବିଲୋପ କରିବା ପାଇଁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପ କୁ ସେ ପ୍ରଶଂସା କରିଥିଲେ l ସେ କହିଲେ ବହୁ କମ୍ ସମୟ ମଧ୍ୟରେ ଜିଲ୍ଲାର ପ୍ରଗତିକୁ ଆମକୁ ଆଗକୁ ନେବା ଅଛି l ସମସ୍ତ ଅଧିକାରୀ ଏବଂ ଜନ ପ୍ରତିନିଧି ମାନଙ୍କ ଆନ୍ତରିକ ସହଯୋଗ କ୍ରମେ ଆମେ ଜିଲ୍ଲାକୁ ଶୀର୍ଷ କୁ ନେଇ ପାରିବା lଜିଲ୍ଲାରେ ଥିବା ପୂର୍ତ୍ତ ବିଭାଗ ଓ ଆର୍ ଡି ରାସ୍ତା ସବୁର ଦୃତ ଉନ୍ନତି କରଣ କରାଯିବ l ସବୁ ଗୃହକୁ ପର୍ଯ୍ୟାୟ କ୍ରମେ ନଳ ଯୋଗେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା କରାଯିବ l ଅନ୍ତୋଦୟ ଗୃହ ଯୋଜନାରେ ଦୁଇ ବର୍ଷ ମଧ୍ୟରେ ୨୫୪୮ ଟି ପରିବାରକୁ ନିଜସ୍ଵ ଗୃହ ଯୋଗାଇ ଦିଆଯିବ l ଫେରନ୍ତା ପ୍ରବାସୀ ଶ୍ରମିକ ମାନଙ୍କୁ ଏଥିରେ ଅଗ୍ରାଧିକାର ଦିଆଯାଉଛି l ଏମାନଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ଶୀଘ୍ର ମନରେଗା ପ୍ରକଳ୍ପ ଗୁଡିକରେ କାମ ଆରମ୍ଭ କରିବା ପାଇଁ ମନ୍ତ୍ରୀ ନିର୍ଦେଶ ଦେଇଥିଲେ l ଜିଲ୍ଲାରେ ବିକଶିତ ଗାଁ ବିକଶିତ ଓଡ଼ିଶା ସ୍କିମ୍ ରେ ୩୪୪ ଟି ପ୍ରକଳ୍ପ ଚାଲିଛି l ଆମେ ସମସ୍ତେ ମିଶି ଜିଲ୍ଲାକୁ ଉତ୍କର୍ଷ କୁ ନେଇପାରିବା ବୋଲି ମନ୍ତ୍ରୀ ଦୃଢୋକ୍ତି ପ୍ରକାଶ କରିଥିଲେ l
