*ବସ୍ତା ରେ ବିଭିନ୍ନ ପୂଜା ମଣ୍ଡପ ବୁଲିଲେ ବିଧାୟିକା ସୁବାସିନୀ ଜେନା*
ବସ୍ତା:- (ନି ପ୍ର) ଫଟୋ
ବସ୍ତା ବ୍ଲକରେ ବିଭିନ୍ନ ଅଞ୍ଚଳରେ ଧୁମଧାମରେ ମା’ଜଗତଜନନୀ ଙ୍କ ମହାନବମୀ ପୂଜା ପାଳିତ ହେଉଅଛି।୨୬ ରୁ ଅଧିକ ଦୁର୍ଗାପୂଜା ମଣ୍ଡପ ବସ୍ତା ର ବିଭିନ୍ନ ଅଞ୍ଚଳରେ ସମସ୍ତ ଙ୍କୁ ଆକର୍ଷିତ କରିଥିଲା। ପାରମ୍ପରିକ ବାଦ୍ୟର ତାଳେ ତାଳେ, ମହିଳାଙ୍କ ଶଙ୍ଖ ଧ୍ବନି ଦ୍ବାରା ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଆକର୍ଷଣୀୟ ତୋରଣ, ସୁନ୍ଦର ଆଲୋକମାଳା ସହିତ ସୁନ୍ଦର ମେଢ଼ ସ୍ଥାନୀୟ ଅଞ୍ଚଳକୁ ଉତ୍ସବ ମୁଖର କରିଛି । ଆସନ୍ତା କାଲି ଦଶହରା ଅବସରରେ ରାବଣ ପୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଅପରାଜିତା ପରେ ଚଳିତ ବର୍ଷ ଦୁର୍ଗା ପୂଜା ଶେଷ ହେବ। କୁଡ଼ିଆ ପଞ୍ଚାୟତ ଜମାଳପୁର ସାର୍ବଜନୀନ ଦୁର୍ଗାପୂଜାର କମିଟିର ମଙ୍ଗଳବାର ମହାଷ୍ଟମୀ ପୂଜାର୍ଚ୍ଚନା, ଅଷ୍ଟମୀ ବ୍ରତ ସମାପନ ପରେ ସନ୍ଧ୍ୟାରେ ସନ୍ଧିପୂଜା ହୋଇଯାଇଛି। ଆଜି ନବମୀ ପୂଜାର୍ଚ୍ଚନା ଚାଲିଛି ଏହି ଅବସରରେ ବସ୍ତା ବିଧାୟିକା ସୁବାସିନୀ ଜେନା ଯୋଗଦେଇଥିଲେ । ସରପଞ୍ଚ ଗୈ।ରାଙ୍ଗ ଚନ୍ଦ୍ର ବେହେରା ଓ କମିଟିର ସଭାପତି ଙ୍କ ଉଦ୍ୟମରେ ୨୦୦୮ ମସିହାରେ ଆରମ୍ଭ ହୋଇଥିବା ଏହି ସାର୍ବଜନୀନ ଦୁର୍ଗାପୂଜାର ସ୍ଥାନୀୟ ଅଞ୍ଚଳରେ ସ୍ବତନ୍ତ୍ର ଗୁରୁତର ବିହନ କରିବା ସହିତ ଚଳିତ ବର୍ଷ ଏହା କୁ୧୬ବର୍ଷ ପୂରଣ ହୋଇଛି । ମଙ୍ଗଳବାର ମହାଷ୍ଟମୀ ପୂଜାରେ ଶତାଧିକ ମାନସିକ ଧାରୀ ମହିଳା ଓ ପୁରୁଷ ଭକ୍ତମାନେ ମା’ଙ୍କ ଠାରେ ପୂଜାର୍ଚ୍ଚନା କରୁଥିଲେ। ପ୍ରତିବର୍ଷ ଭଳି ଚଳିତ ବର୍ଷ ରଙ୍ଗବେରଙ୍ଗର ଆଲୋକ ମାଳାରେ ଝଲସୁଛି ପୂଜା ମଣ୍ଡପ । ସୁନ୍ଦର ତୋରଣ ସାଙ୍ଗକୁ ଆକର୍ଷଣୀୟ ମଣ୍ଡପ ରେ ଦେବୀ ଦୁର୍ଗା ମା ଶୋଭା ପାଉଛନ୍ତି। ଏହି ଅବସରରେ କୁଡ଼ିଆ ସରପଞ୍ଚ ଗୈରାଙ୍ଗ ଚନ୍ଦ୍ର ବେହେରା,କୁଡ଼ିଆ ପଞ୍ଚାୟତ ର ସମିତି ସଭ୍ୟ ଜୟପ୍ରକାଶ ବେହେରା, ଯୁବ ସାଧାରଣ ସମ୍ପାଦକ ରାଜେଶ ଗିରି,ଯୁବ ସଭିପତି ପୂର୍ଣ୍ଣଚନ୍ଦ୍ର ଜେନା, ହରିଶ୍ଚନ୍ଦ୍ର ଜେନା,ସଞିତ କୁମାର ସାହୁ, ବୁଲୁ ଜେନା, ବାବୁଧର ଦାସ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
