ସାହିତ୍ୟ ଏକାଡେମୀ ପକ୍ଷରୁ ଗାନ୍ଧୀଜୟନ୍ତୀ
ଓଡିଶାରେ ଗାନ୍ଧୀବାଦୀ ଚିନ୍ତାଧାରାର ପ୍ରତିଫଳନ
ସତ୍ୟ ଓ ଅହିଂସାର ପ୍ରତୀକ ଥିଲେ ମହାତ୍ମା
ଡେଲାଙ୍ଗ,୩ା୧୦(ଚିତରଂଜନ ଜେନା) : ଡେଲାଙ୍ଗ ବ୍ଲକର ବେରବୋଇ ସ୍ଥିତ କସ୍ତୁରବା ସେବା ଗ୍ରାମକେନ୍ଦ୍ର ପରିସରରେ ଗାନ୍ଧୀ ଜୟନ୍ତୀ ଅବସରରେ ଓଡିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଗାନ୍ଧୀଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଓଡିଶାରେ ଗାନ୍ଧୀବାଦୀ ଚିନ୍ତାଧାରର ପ୍ରତିଫଳନ ସମ୍ପର୍କରେ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସମାବେଶରେ ଗାନ୍ଧୀ ସ୍ମାରକୀ ସମିତି ସଭାପତି କୁନ୍ତଳାକୁମାରୀ ବିଶ୍ୱାଳଙ୍କ ଅଧ୍ୟକ୍ଷତା ମୁଖ୍ୟଅତିଥିଭାବେ ଦୁର୍ନିତି ନିବାରଣ ପ୍ରଶିକ୍ଷଣ କେନ୍ଦ୍ରର ଉପ ନିର୍ଦ୍ଦେଶକ ଦିଲ୍ଲିପ୍ କୁମାର ଛୋଟରାୟ, ମୁଖ୍ୟବକ୍ତା ଭାବେ ଗାଦୀବ୍ରହ୍ମ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ସରୋଜ କୁମାର ପଣ୍ଡା, ଓଡିଶା ସାହିତ୍ୟ ଏକାଡେମୀର ସଞ୍ଜୟ କୁମାର ଛୁଆଳସିଂହ, ସ୍ମାରକୀ ସମିତିର ସମ୍ପାଦକ ଚନ୍ଦ୍ରଶେଖର ବିଶ୍ୱାଳ ପ୍ରମୁଖ ଯୋଗଦେଇଥିଲେ । ଦେଶସ୍ୱାଧିତନା ପୂର୍ବରୁ ଓ ପରେ ଗାନ୍ଧୀବାଦୀ ଚିନ୍ତାଧାରର ପ୍ରତିଫଳନ ସାମାଜ ଉପରେ କିପରି ପ୍ରଭାବ ପକାଇଛି ସେ ନେଇ ଅତିଥିମାନଙ୍କ ଦ୍ୱାରା ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା । ସେହିପରି ଜାତିର ପିତା ମହାତ୍ମା ଗାନ୍ଧୀ ଅଂହିସା ବଳରେ ଦେଶକୁ ସ୍ୱାଧିନତା ଦେଇଥିବା ବେଳେ ଗାନ୍ଧୀ ହେଉଛନ୍ତି ସତ୍ୟ, ଶାନ୍ତି ଓ ଅଂହିସାର ପ୍ରତୀକ ବୋଲି ସମାବେଶରେ ମତପ୍ରକାଶ ପାଇଥିଲା । ଏହି ସମାବେଶରେ ପିପିଲି ମହାବିଦ୍ୟାଳୟର ସାହିତ୍ୟ ଅଧ୍ୟାପକ ଡ. ସଂଗ୍ରାମ କେଶରୀ ପରିଡା କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ସ୍ମାରକୀ ସମିତି ସମ୍ପାଦକ ଶ୍ରୀ ବିଶ୍ୱାଳ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସମିତିର ଉପସଭାପତି ସନ୍ତୋଷ ବିଶ୍ୱାଳ,କୋଷାଧ୍ୟକ୍ଷ ଭାଗୀରଥି ପରିଡା,ଶିକ୍ଷକ ଅଭୟଚରଣ ସାହୁ, ଶିକ୍ଷୟିତ୍ରୀ ସରୋଜିନୀ ଜେନା, ଅଇନିଜିବୀ ହୃଷିକେଶ ପାଢି, ଗାନ୍ଧୀତତ୍ୱ ପ୍ରଚାରକ ଅନାମ ମଳିକ, ଉମେଶ ସ୍ୱାଇଁ, କସ୍ତୁରବା ଗ୍ରାମ ସେବା କେନ୍ଦ୍ରର ସଂଚାଳିକା କବିତାରାଣୀ ପରିଡା, ସୁରେଶ ମନ୍ତ୍ରୀ , ସୁପ୍ରଭା ପ୍ରଧାନ, ପ୍ରମୋଦ ପ୍ରଧାନ ପ୍ରମୁଖ ସାହିତ୍ୟ ଏକାଡେମୀ ପକ୍ଷରୁ ଆୟୋଜିତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିଥିଲେ ।
