ବିଜେଡି ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ
ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହେଲେ ସୁସ୍ଥ ସମାଜ ଗଠାନ ହୋଇପାରିବ
ଡେଲାଙ୍ଗ,୩ା୧୦(ଚିରଂଜନ ଜେନା): ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ ସ୍ଥିତ ବେରବୋଇ ଗାନ୍ଧିପୀଠରେ ବିଜେଡି ପକ୍ଷରୁ ଗାନ୍ଧିଜୟନ୍ତୀ ପାଳିତ ହୋଇଯାଇଛି । ବିଜେଡି ପକ୍ଷରୁ ପୂର୍ବତନ ବିଧାୟକ ରୁଦ୍ରପ୍ରତାପ ମହାରଥି ଶତାଧିକ ଦଳିୟ କର୍ମୀଙ୍କ ସହିତ ଗାନ୍ଧୀପୀଠରେ ପହଞ୍ôଚଲଥିଲେ । ଗାନ୍ଧୀଙ୍କ ପର୍ତ୍ତିମୂର୍ତ୍ତିରେ ସୁତ୍ର ଓ ପୁଷ୍ପମାଲ୍ୟାର୍ପଣ କରି ପ୍ରଦ୍ୱୀପ ପ୍ରଜ୍ଜଳନ କରିଥିଲେ । ଏହି ଅବସରରେ ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ ଦେଶପ୍ରତିଥିବା ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । ଗାନ୍ଧୀଜୀ ସମ୍ମିଳନୀ ପାଇଁ ୧୯୩୮ ମସିହା ଡେଲାଙ୍ଗର ବେଇବୋଇକୁ ଆସିଥିବା ବେଳେ ସତ୍ୟ, ଅହିଂସା ଓ ସାଂମ୍ପ୍ରଦାୟିକ ସାମ୍ପ୍ରତି ଭଳି କେତେଗୁଡିଏ ପ୍ରିୟନିତି ସମ୍ପର୍କରେ ନୂତନ ଢଙ୍ଗରେ ଆଲୋଚନା କରିଥିଲେ । ଅହିଂସାର ପ୍ରଥମ ପଦକ୍ଷେପ ହେଉଛି , ସତ୍ୟବାଦିତା, ନମ୍ରତା, ସହନଶୀଳତା ଓ ସପ୍ରେମ କରୁଣା ସାଧନ କରିପାରିବା ,ନେଇ କେତେକ ଗାନ୍ଧୀବାଦୀ ଚିନ୍ତାଧାରା ସମ୍ପର୍କରେ ଶ୍ରୀ ମହାରଥି ବକ୍ତବ୍ୟ ରଖିଥିଲେ । ସେହିପରି ପ୍ରତ୍ୟେକ ଗାନ୍ଧୀବାଦୀ ଚିନ୍ତାଧାରାରେ ଅନୁପ୍ରାଣିତ ହେଲେ ଗୋଟିଏ ସୁସ୍ଥ ସମାଜ ଗଠନ ହୋଇପାରିବ ବୋଲି ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ବୈରାଗୀ ଜେନା,ଯୁଧିଷ୍ଟିର ସ୍ୱାଇଁ, ଜିଲ୍ଲାପରିଷଦ ଧରଣୀଧର ସାହୁ, ପ୍ରସନ୍ନ ସାହୁ, ବ୍ଲକ ଅଧ୍ୟକ୍ଷା ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଶା ନିଶଙ୍କ, ବିପନ ପଟ୍ଟନାୟକ,ରବିନାରାୟଣ ତାଡ, ପିପିଲି ଏନ୍ଏସସି ଅଧ୍ୟକ୍ଷ ସେକ୍ ବାବୁ, ଜିଲ୍ଲା ଯୁବବିଜେଡି ସଭାପତି ନାରାୟଣ ସ୍ୱାଇଁ ,କେନ୍ଦ୍ରସମବାୟ ବ୍ୟାଙ୍କ ନିର୍ଦ୍ଦେଶକ ପର୍ଶୁରାମ ମହାପାତ୍ର, ଚିତ୍ରସେନ ନିଶଙ୍କ , ଆର୍ତବନ୍ଧୁ ସାମନ୍ତରାୟ, ମନୋଜ ଦାଶ, ପ୍ରକାଶ ଧଳ, ରଶ୍ମୀରଂଜନ ଭଟ୍ଟ, ବିରଜା ପ୍ରଶାଦ ପଟ୍ଟନାୟକ, ଜୟନ୍ତ କୁମାର ଦାଶ, ଅଭିମନ୍ୟୁ ରାଉତ, ଦେବରାଜ ସ୍ୱାଇଁ, ଭୀମସେନ ପ୍ରଧାନ, ଲଲାଟକେଶରୀ ସାମନ୍ତରାୟ ପ୍ରମୁଖଙ୍କ ସହିତ ଶତାଧିକ ମହିଳା ପୁରୁଷ ବିଜେଡିକର୍ମୀ ଉପସ୍ଥିତଥିଲେ ।
