*ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ଅନନ୍ୟା ପରମ୍ପରା ଜୋଡା ଛତର ଯାତ୍ରା ଅନୁଷ୍ଠିତ, ଲଘୁଚାପ ଜନିତ ବୃଷ୍ଟିପାତ ମଧ୍ୟରେ ମାଁ ଙ୍କ ଯାତ୍ରା ସମ୍ପର୍ଣ୍ଣ*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଠାରେ ଅନନ୍ୟା ପରମ୍ପରା ଜୋଡା ଛତର ଯାତ୍ରା ଅନୁଷ୍ଠିତ, ଲଘୁଚାପ ଜନିତ ବୃଷ୍ଟିପାତ ମଧ୍ୟରେ ମାଁ ଙ୍କ ଯାତ୍ରା ସମ୍ପର୍ଣ୍ଣ ହୋଇଅଛି। ଆଜି ସକାଳ ରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ବ୍ୟାପକ ବୃଷ୍ଟିପାତ ଯୋଗୁଁ ବିଜୟା ଦଶମୀ ରେ ଉତ୍ସବ ଫିକା ଫିକା ହୋଇଥିବା ବେଳେ ଶ୍ରଦ୍ଧାଳୁ ଭକ୍ତଙ୍କୁ ରୋକି ପାରିନାହିଁ ଏହି ବର୍ଷା। ଭକ୍ତ ଙ୍କ ଗହଣରେ ଗଡ ରକ୍ଷକ ଦେବୀ ମାଁ ରକ୍ତାମ୍ବାରୀ ଏବଂ ଚୌହାନ ବଂଶ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ଵରୀ ଙ୍କ ଜୋଡା ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ସମଗ୍ର ସହର ବର୍ଷା ଜଳ ରେ ଭିଜି ଯାଇଥିବା ବେଳେ ଅନନ୍ୟା ପରମ୍ପରା ଦୁଇ ଦେବୀଙ୍କ ଯାତ୍ରା ଅନୁଷ୍ଠିତ ହୋଇଯାଇଅଛି। ସେବାୟତ ଙ୍କ ଗହଣରେ ଦେବୀଙ୍କ ଛତର ଖଡିଆଳ ନଗର ପରିକ୍ରମା କରି ପୁଣି ରାଜବାଟୀ ସମ୍ମୁଖରେ ପାହଞ୍ଚିଥାଏ। କଅଁର ସେବାୟତ ଦ୍ବାରା ଖପର ଚୂପା ଯାତ୍ରା ଅନୁଷ୍ଠିତ ହୋଇଥାଏ। ଏହି ଯାତ୍ରା ବର୍ଷ କୁ ଥରେ ଅନୁଷ୍ଠିତ ହୋଇଥାଏ। ଖଡିଆଳ ଯୁବରାଜ ଦେବ ଦେବ ସିଂ ଦେଇ ଦୁଇ ଦେବୀ ଙ୍କୁ ଆହ୍ବାନ କରି ସେବାୟତ ଙ୍କୁ ସ୍ବାଗତ କରି ଯାତ୍ରା ଯିବା ନେଇ ଦେବୀ ଙ୍କୁ ଅନୁରୋଧ କରିଥିଲେ। ଦୁଇ ଦେବୀ ବର୍ଷା ରାତ୍ରୀରେ ଖଡିଆଳ ନଗର ପରିକ୍ରମା କରିଛନ୍ତି।
