୧୨ତମ ଦୁର୍ଗା ପୂଜା ମହୋତ୍ସବ ଧୁମଧାମରେ ପାଳିତ
ଯାଜପୁର/(ଭଞ୍ଜଦୂତ: ନିପ୍ର)ରିପୋର୍ଟର:ଜୟନ୍ତ କୁମାର ପଣ୍ଡା
ରସୁଲପୁର ବ୍ଲକ୍ ଅନ୍ତର୍ଗତ ଶ୍ରୀବନ୍ତପୁର ପଞ୍ଚାୟତ ଅଧିନ ଭଗତଭଗବାନ (ଆନନ୍ଦ ବଜାର) ଗ୍ରାମରେ ପ୍ରତି ବର୍ଷ ପରି ଏହି ବର୍ଷ ମଧ୍ୟ ବହୁ ଆଡମ୍ବର ସହିତ ୧୨ତମ ବର୍ଷ ଦୁର୍ଗା ପୂଜା ପାଳିତ ହେଉଛି । ଏହି ପୂଜା ପାଇଁ ବ୍ରାହ୍ମଣୀ ନଦୀ ପଠାରୁ ବିଲ୍ୱବୃକ୍ଷ ମୂଳୁ ମୃତ୍ତିକା ଉଠାଣ କରାଯାଇ ସ୍ଥାପନ କରାଯାଇଥାଏ । ପୂଜାରେ ମା’ଙ୍କର ପ୍ରଥମ ଦିନରେ ନବ କୁଆଁରୀ କଳସ ସ୍ଥାପନ,ଶୈଳପୁତ୍ରୀ ପୂଜା,ବନ୍ଦାଧିବାସ ଜୀବନ୍ୟାସ କରିଥିଲେ । ଏହି ପୂଜା ୨୮ ସେପ୍ଟେମ୍ବର୍ ରୁ ଆରମ୍ଭ ହୋଇ ୦୩ ଅକ୍ଟୋବର୍ ପର୍ଯ୍ୟନ୍ତ ବିଧିବଦ୍ଧ ଭାବେ ଚାଲୁ ରହିବ ବୋଲି ପୂଜା କମିଟି ଜଣାଇଛନ୍ତି । ଏହି ପୂଜାରେ କର୍ତ୍ତା ଭାବେ ଅମୂଲ୍ୟ କୁମାର ପଣ୍ତା ଓ ଉପକର୍ତ୍ତା ସୁବାଶ ଚନ୍ଦ୍ର ଜେନା ବସିଛନ୍ତି । ପଣ୍ଡିତ ଭାବେ ମଣିଭଦ୍ର ପଣ୍ତା ଓ ସହଯୋଗୀମାନେ ଦେବତା ପୂଜା କାର୍ଯ୍ୟ ତୁଲାଉଛନ୍ତି । ତତ୍ ସହିତ ଏଥିରେ ଭଳିକି ଭଳିକି ଦୋଳି,ମୀନା ବଜାର ତା ସାଙ୍ଗକୁ ଭଜନ ପ୍ରେମୀଙ୍କ ପାଇଁ ସୁନାମଧର୍ମୀ ସୁଦୁର ମା,ସାରଳା ଭଜନ ସନ୍ଧ୍ୟା ପକ୍ଷରୁ ଭଜନ ପରିବେଷଣର କାର୍ଯ୍ୟକ୍ରମ ରହିଛି । ଏହି ପୂଜାକୁ ଦେଖିବା ପାଇଁ ଆଖପାଖର ପଞ୍ଚାୟତର ଶ୍ରୀବନ୍ତପୁର,ଜାବରା,ନଠୁଆବର ଓ ଶଙ୍ଖଚିଲା ପରି ବିଭିନ୍ନ ଗ୍ରାମରୁ ହଜାର ହଜାର ଭକ୍ତଙ୍କର ସମାଗମ ହୋଇଥାଏ । ଏଥିରେ ଦୁର୍ଗାପୂଜା ପରିଚାଳନା କମିଟିର ସଦସ୍ୟ ବାସୁଦେବ ପଣ୍ତା,ବାପିନା ଜେନା,ଅକ୍ଷୟ ଜେନା,ସୁଶାନ୍ତ ନାୟକ,ଅନନ୍ତ ଜେନା,ଦୀନବନ୍ଧୁ ମହାନ୍ତି,ଜିତେନ୍ଦ୍ର ମହାନ୍ତି ଓ ଜଗନ୍ନାଥ ଓଝା ପ୍ରମୁଖ ସାମିଲ ହୋଇ ଦୁର୍ଗା ମାଁଙ୍କ ଠାରେ ଜଗତ କଲ୍ୟାଣ ପାଇଁ ପ୍ରାର୍ଥନା କରିଥିଲେ ।
