*ନୂଆପଡ଼ା ଜିଲ୍ଲା ଖଡିଆଳ ଠାରେ ପବିତ୍ର ନବମୀ ପର୍ବ ପାଳିତ,ଆଞ୍ଚଳିକ କ୍ଷେତ୍ରୀୟ ଯୁବ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ୪୨ ତମ ବାର୍ଷିକ ଉତ୍ସବ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଠାରେ ପବିତ୍ର ନବମୀ ପର୍ବ ପାଳିତ ହୋଇଯାଇଅଛି। ଖଡିଆଳ ଆଞ୍ଚଳିକ କ୍ଷେତ୍ରୀୟ ଯୁବ କ୍ରୀଡା ଓ ସାଂସ୍କୃତିକ ଅନୁଷ୍ଠାନର ୪୨ ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଏକ ବିଶାଳ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିଅଛି। ଖଡ଼ିଆଳ ସମଲେଶ୍ଵରୀ ମନ୍ଦିର ପ୍ରାଙ୍ଗଣ ରୁ ବିଶାଲ ଅସ୍ତ୍ର ଶସ୍ତ୍ର ସମର ରଣ କୌଶଳ ପ୍ରଦର୍ଶିତ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା ପରେ ଅଗ୍ରେସନ ଧର୍ମଶାଳା ଠାରେ ଉଦଯାପିତ ହୋଇଯାଇଅଛି। ଖଡିଆଳ ରେ ଆଜି ବିଶାଲ ମଶାଲ ଶୋଭାଯାତ୍ରା ସହିତ ଖଣ୍ଡା ଯୁଦ୍ଧ, ଖଣ୍ଡା ଚାଳନା, କ୍ଷେତ୍ରୀୟ ଯୁବତୀ ମାନେ ମଧ୍ୟ ଖଣ୍ଡା ଚାଳନା ର ସମର ଅଭ୍ୟାସ ଥିବା ପ୍ରଦର୍ଶିତ କରିଥିଲେ। ସେହିପରି ବନ୍ଧୁକ ଚାଳନା କରିଥିଲେ। କ୍ଷେତ୍ରୀୟ ମାନେ ନିଜ ପୂର୍ବଜଙ୍କ ବୀରତ୍ଵ ଗାଥା ଏବଂ ସ୍ବାଧୀନ ସଂଗ୍ରାମ ହେଉ ବା ଇଂରେଜ ବିରୁଦ୍ଧରେ ହେଉ ନିଜ ବିରତ୍ଵ ପରିଚୟ ଦେଇ ଆସୁଥିଲେ। ଏହାର ସ୍ମୃତି ନେଇ ପ୍ରତି ବର୍ଷ ଦଶହରା ନବମୀ ତିଥିରେ ବାର୍ଷିକ ଉତ୍ସବ ପାଳନ କରି ନିଜ ପୂର୍ବଜଙ୍କୁ ମନେ ପକାଇଥାନ୍ତି। ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଚାଳନା ବେଳେ ତାଙ୍କ ଭିତରେ ଏକ ଅଜବ ଉତ୍ସାହ ଦେଖିବାକୁ ମିଳିଥାଏ। ସତରେ ତାଙ୍କ ଭିତରେ ମଧ୍ୟ ତାଙ୍କ ପୂର୍ବଜନକ ବୀରତ୍ଵ ରକ୍ତ ପ୍ରବାହିତ ବାର୍ତ୍ତା ଦେଇଥିଲେ।
