ଡେଲାଙ୍ଗ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତଦାନ ଶିବିର
29 ୟୁନିଟ ରକ୍ତ ସଂଗ୍ରହ
ଡେଲାଙ୍ଗ : ଗତ ସତର ତାରିଖ ଠାରୁ ଆରମ୍ଭ ହୋଇଥିବା ପ୍ରଧାନ ମନ୍ତ୍ରୀଙ୍କ ମାତୃ ବନ୍ଦନା କାର୍ଯ୍ୟକ୍ରମ ଓ ସେବା ପକ୍ଷ ପାଳନ ଅବସରରେ ପୁରୀ ଜିଲ୍ଲା ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଗୁରୁବାର ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି | ଏହି ଶିବିରରେ ଡେଲାଙ୍ଗ ବିଡ଼ିଓ କ୍ଷିତିଶ ବେହେରା, ଡାକ୍ତର ଅମ୍ଲାନ ଜଗଦେବ, ସାମ୍ବାଦିକ ପ୍ରଦୀପ ରଞ୍ଜନ ବିଶ୍ୱାଳଙ୍କ ସହ ସ୍ୱାସ୍ଥ୍ୟ କେନ୍ଦ୍ର କର୍ମଚାରୀ, ପ୍ରଭାତ କ୍ଲବର ସ୍ବେଛାସେବୀଙ୍କ ସମେତ 29 ଜଣ ସ୍ବେଛାକୃତ ରକ୍ତଦାନ କରିଥିଲେ | ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକ୍ଷକ ତଥା ଭେଷଜ ବିଶେଷଜ୍ଞ ଡା. ଶାନ୍ତନୁ କୁମାର ଜେନାଙ୍କ ଦ୍ୱାରା ଶୁଭାରମ୍ଭ ହୋଇଥିବା ଏହି ଶିବିରରେ ପୁରୀ ରକ୍ତ ଭଣ୍ଡାର ର ଡାକ୍ତର ଦୀପକ କୁମାର ସାହୁ, ଡା. ମାନସ ରଞ୍ଜନ ଦାଶ,ଡା. ସୁଶାନ୍ତ କୁମାର ରାଉତ, ଡା. ମନୋଜ କୁମାର ପଣ୍ଡା, କର୍ମଚାରୀ ମନୋରଞ୍ଜନ ଭୋଇ, ଶକ୍ତିକାନ୍ତ ମହାପାତ୍ର, ଅମିତ ପାଢ଼ୀ, ପ୍ରବୀଣ କୁମାର ନାୟକ ପ୍ରମୁଖ 29 ୟୁନିଟ ରକ୍ତ ସଂଗ୍ରହ କରିଥିଲେ | ସ୍ୱାସ୍ଥ୍ୟ ମିଶନ ବ୍ଲକ ପ୍ରକଳ୍ପ ପରିଚାଳକ ଦିଲୀପ କୁମାର ପରିଡା, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସ୍ନେହାଞ୍ଜଳି ପଣ୍ଡା ପ୍ରମୁଖ ଶିବିର ପରିଚାଳନା କରିଥିଲେ |
