ମାଗଣା ପୋଷାକ ବିତରଣ ମେଳା ,
ଚିକିଟୀ -ଚିକିଟୀ ବ୍ଲକ ଅନ୍ତର୍ଗତ ସରକାରୀ ଡାଳପଲଙ୍କ ପ୍ରାଥମିକ ବିଦ୍ୟାଳୟର ମାଗଣା ପୋଷାକ ବିତରଣ ମେଳା ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମେଳାକୁ ଡାଲପଲଙ୍କ ଗ୍ରାମର ୱାର୍ଡସଭ୍ୟ କହ୍ନେଇ ବେହେରା, ବିଦ୍ୟାଳୟ ପରିଚାଳନା ସଭାପତି ଏମ ସୁନିତା, ବିଦ୍ୟାଳୟ ଏବଂ କ୍ରୟ କମିଟିର ସମସ୍ତ ସଦସ୍ୟ ସଦସ୍ୟା, ପିତାମାତା ଏକତ୍ର ଉଦ୍ଘାଟନ କରିଥିଲେ । ପ୍ରଧାନ ଶିକ୍ଷକ ବିଦ୍ୟାଳୟରେ ଉପଲବ୍ଧ ସମସ୍ତ ସୁବିଧାସୁଯୋଗ ଏବଂ ପିଲାଙ୍କ ପାଇଁ ଆସୁଥିବା ସମସ୍ତ ଯୋଜନା ସମ୍ପର୍କରେ ବୁଝାଇ ପୋଷାକ ବିତରଣ କରିଥିଲେ । ଉକ୍ତ ପୋଷାକସବୁ ଏସ ଏଚ ଜି ପିତାତଳି ଯୋଗାଇ ଥିବାବେଳେ ବିଦ୍ୟାଳୟ ପରିଚାଳନା କମିଟିର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସହକାରୀ ଶିକ୍ଷକ ରଞ୍ଜନ କୁମାର ବ୍ରହ୍ମା, ଅରୁଣ କୁମାର ଜାନୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।
