*ବିଶିଷ୍ଟ ଗାନ୍ଧୀବାଦୀ ସ୍ବର୍ଗତଃ ଶ୍ରୀ କଂଗ୍ରେସ ଭାଇଙ୍କର କେନ୍ଦୁଝର ବାଲିତୋଟା ଗ୍ରାମକୁ ୧୯୯୩ ସେପ୍ଟେମ୍ବର ୧୪ ତାରିଖରେ ପଦଯାତ୍ରାରେ ପ୍ରଥମ ଆଗମନର ୩୩ତମ ବାର୍ଷିକ ସ୍ମୃତି ଦିବସ ଓ ସନ୍ଥ ବିନୋବା ଭାବେଙ୍କ ୧୩୧ତମ ପବିତ୍ର ଜନ୍ମ ଜୟନ୍ତୀ ସପ୍ତାହ ପାଳିତ ହୋଇ ଯାଇଛି ।*
କେନ୍ଦୁଝରର ସାହାରପଡା ବ୍ଲକ ଅନ୍ତର୍ଗତ ବାଲିତୋଟା ଗ୍ରାମରେ ସାହାରପଡା ବ୍ଲକର ବିଶ୍ବହିନ୍ଦୁ ପରିଷଦର ଗୋ ସୁରକ୍ଷା ମଣ୍ଡଳର ପ୍ରମୁଖ ଶ୍ରୀ ଧନୁର୍ଜୟ ମହାନ୍ତଙ୍କ ସଭାପତିତ୍ବରେ ଗୋଟିଏ ମଞ୍ଚରେ ତିନୋଟି କାର୍ଯ୍ୟକ୍ରମ ଆୟୋଜନ ହୋଇ ଯାଇଛି । ୧-ସନ୍ଥ ଶିରୋମଣୀ ଆଚାର୍ଯ୍ଯ ବିନୋବାଜୀଙ୍କ ପବିତ୍ର ଜନ୍ମ ଜୟନ୍ତୀ ସପ୍ତାହର ଚତୁର୍ଥ ଦିନ
୨/ସନ୍ଥ ବିନୋବା ଜୀଙ୍କର ଶିଷ୍ୟ ଶ୍ରୀ କଂଗ୍ରେସ ଭାଇଙ୍କର ବାଲି ତୋଟା ଗ୍ରାମକୁ ପଦଯାତ୍ରା ଆଗମନର ୩୩ ତମ ବର୍ଷର ସ୍ମୃତି ଦିବସ !
୩-ସେବକ ଶ୍ରୀ କଂଗ୍ରେସ ଭାଇଙ୍କ ଦ୍ଵାରା ଗୋ ସୁରକ୍ଷା ତଥା ଆଧ୍ୟାତ୍ମିକ ପରମ୍ପରାର ପୁନରୁଦ୍ଧାର, ସଂରକ୍ଷଣ କରିବା ଓ ଉଜ୍ଜୀବିତ ରଖିବା ପାଇଁ ଅନ୍ତରଙ୍ଗ ଶିଷ୍ଯ ମଣ୍ଡଳୀଙ୍କୁ ନେଇ ଗଠିତ ହୋଇଥିବା “ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟ”ର ପଞ୍ଚମ ପ୍ରତିଷ୍ଠା ଦିବସ !
ତେବେ ଅପରାହ୍ନ ୪ଟା ସମୟରେ ପାରମ୍ପରିକ ଦୀପ ପ୍ରଜ୍ବଳନ ପରେ ସର୍ବଧର୍ମ ପ୍ରାର୍ଥନା ସହିତ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇ ଥିଲା।ଏହି କାର୍ଯ୍ୟକ୍ରମ ରେ “ବିନୋବା ସେବା ପ୍ରତିଷ୍ଠାନର” ମୟୂରଭଞ୍ଜ ଜିଲ୍ଲା ଓ କେନ୍ଦୁଝର ଜିଲ୍ଲାର ଜିଲ୍ଲା- ସଂଯୋଜକ ତଥା ମାନବବାଦୀ ଶ୍ରୀ ସଚ୍ଚିଦାନନ୍ଦ ମୁଖ୍ଯ ଅତିଥି ଭାବରେ ଯୋଗ ଦେଇ ଗାନ୍ଧୀଜୀଙ୍କର ଅନ୍ତୋଦ୍ବୟ ଆନ୍ଦୋଳନ ଓ ସନ୍ଥ ବିନୋବାଜୀଙ୍କର ସର୍ବୋଦୟ ଆନ୍ଦୋଳନର ଉତ୍ପତ୍ତି ବିଷୟରେ ବକ୍ତୃତା ଦେବା ସହିତ ବୃକ୍ଷ ରୋପଣ ଓ ବୃକ୍ଷ ସଂରକ୍ଷଣ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ ଓ ବୃକ୍ଷ ରୋପଣ ମଧ୍ୟ କରିଥିଲେ !ସମ୍ମାନିତ ଅତିଥି ଭାବରେ ସ୍ଥାନୀୟ ବାଇକଳା ପଞ୍ଚାୟତର ସରପଞ୍ଚ ଶ୍ରୀ ହରିହର ନାଏକ ଯୋଗଦାନ କରି କଂଗ୍ରେସ ଭାଇଙ୍କର ସ୍ମୃତିଚାରଣ କରିବା ସହିତ କଂଗ୍ରେସ ଭାଇଙ୍କର ଗୋଟିଏ ପ୍ରତିମୂର୍ତ୍ତି ସ୍ଥାପନ ପାଇଁ ୫୦ ହଜାର ଟଙ୍କା ଅନୁଦାନ ପ୍ରଦାନ କରିବେ ବୋଲି ମଞ୍ଚରେ ପ୍ରତିଶୃତି ଦେଇ ଥଲେ ।କଂଗ୍ରେସ ଭାଇଙ୍କର ଶିଷ୍ୟ ତଥା “ବିଶ୍ବ ବନ୍ଧୁ ଶ୍ରୀ କଂଗ୍ରେସ ଭାଇ ସେବା ଟ୍ରଷ୍ଟ” ର ମେନେଜିଂ ଟ୍ରଷ୍ଟି ଶ୍ରୀ ଉଦୟ କୁମାର, ପ୍ରଦୀପ କୁମାର, ଶିକ୍ଷାବିତ୍ ଜଗଦୀଶ ନାଏକ, ଶିକ୍ଷାବିତ ବିଦ୍ୟାଧର ନାଏକ ଓ ମହିଳା ଆଇନଜୀବି କୁମାରୀ ଜସ୍ମିନ ନାଏକ ପ୍ରମୁଖ ଉଦବୋଧନ ଦେଇ ଥିଲେ ଯେ ଆଦର୍ଶ ମାଆ ମାନଙ୍କ ପ୍ରୟାସରେ ହିଁ ସର୍ବୋଦୟ ସମାଜ ଗଠନ ସମ୍ଭବ ବା ଆଦର୍ଶ ମାନବ ସମାଜ ଗଠନ ସମ୍ଭବ ।ବାଲିତୋଟା ଗାଆଁର କସ୍ତୁରବା ମହିଳା ମଣ୍ଡଳ ଆଖ-ପାଖ ଗାଁଆର ୧୫ ଜଣ ଅସହାୟ ବୃଦ୍ଧ ଓ ବୃଦ୍ଧାଙ୍କୁ ସୂତା ଗାମୁଛା ଓ ସୂତା ଶାଢୀ ପ୍ରଦାନ କରିଥିଲେ ।ବିଦ୍ୟାର୍ଥୀ ମାନଙ୍କୁ ଖାତା କଲମ ଆଦି ପାଠ୍ଯପୋକରଣ ମଧ୍ୟ ବଣ୍ଟନ କରା ଯାଇଥିଲା !କାର୍ଯ୍ୟକ୍ରମର ସଫଳତା ପାଇଁ କସ୍ତୁରବା ମହିଳା ମଣ୍ଡଳ ଓ ବାଲିତୋଟାର ଗ୍ରାମବାସୀ ସହଯୋଗ କରିଥିଲେ !ଶେଷରେ ଜାତି, ଧର୍ମ,ବର୍ଣ୍ଣ,ଲିଙ୍ଗ,ସମ୍ପ୍ରଦାୟ ଓ ଉଚ୍ଚ ନୀଚ୍ଚର ଭେଦ ଭାବକୁ ଭୁଲି ଗାନ୍ଧୀ,ବିନୋବା,ଜୟ ପ୍ରକାଶ ନାରାୟଣ ଓ କଂଗ୍ରେସ ଭାଇଙ୍କର ଆଦର୍ଶରେ ସମସ୍ତେ ଏକା ସହିତ ରାନ୍ଧି ବାଢ଼ି କରି ଏକାଠି ବସି କରି ନିରାମିଷ ସାତ୍ତ୍ୱିକ ଅନ୍ନ ଭୋଜନ ଗ୍ରହଣ କରିଥିଲେ ।
