*ଖଡିଆଳ ଡିଗ୍ରୀ ମହିଳା କଲେଜର ଜାତୀୟ ସେବା ଯୋଜନା ପକ୍ଷ Sala ମହିଳା ୟୁନିଟ ସ୍ବତନ୍ତ୍ର ଶିବିର ଯୁନାନୀ ଗ୍ରାମ ରେ ଶୁଭ ଉଦ୍ଘାଟିତ**
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଡିଗ୍ରୀ ମହିଳା କଲେଜର ଜାତୀୟ ସେବା ଯୋଜନା ପକ୍ଷ ରୁ ମହିଳା ୟୁନିଟ ସ୍ବତନ୍ତ୍ର ଶିବିର ଯୁନାନୀ ଗ୍ରାମ ରେ ଶୁଭ ଉଦ୍ଘାଟିତ ହୋଇଯାଇଅଛି। ଏହି ଶିବିର କୁ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଜାତୀୟ ସେବା ଯୋଜନା ପତାକା କୁ ଉତ୍ତୋଳନ କରି ଥିବା ବେଳେ ଛାତ୍ରୀ ଜୀବନରେ ସେବା କୁ ବ୍ରତୀ ହୋଇ ସଙ୍ଗଠିତ, ଶୃଙ୍ଖଳିତ ଏବଂ ସହନଶୀଳତା ରେ ନେତୃତ୍ୱ ନେବା ର ସୁଯୋଗ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ସଭା ରେ ସେବା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରାଧାନୀ ମଞ୍ଚ ପରିଚାଳନା କରିଥିବା ବେଳେ ଅଧ୍ୟାପିକା ମହେଶ୍ୱତା ପଣ୍ଡା, ପ୍ରିୟଙ୍କା ମୁଣ୍ଡ, ପାଙ୍କଜିନି ବିଶି, ସ୍ବରୂପ ରାଣୀ କୁମାର, ବନିତା ନନ୍ଦ, ଅଧ୍ୟାପକ ଦୁର୍ଯ୍ୟୋଧନ ଭୋଇ, ଘନଶ୍ୟାମ ଶଗରିଆ, ଲକ୍ଷ୍ମୀ ନାରାୟଣ ପଣ୍ଡା ପ୍ରମୁଖ ଯୋଗ ଦେଇ ଥିଲେ। ଫଳ ର ଆଶା ନ ରଖି କର୍ମ କରିବା ହିଁ ସେବା ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ। ଏହି ଶିବିର ଆଜି ଉଦ୍ଘାଟିତ ହୋଇ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ସାତ ଦିନ ବ୍ୟାପି ଅନୁଷ୍ଠିତ ହେବ। ଅନ୍ୟ ଦିନରେ ମାଗଣା ସ୍ୱାସ୍ଥ୍ୟ ଶିବିର, ଅଗ୍ନି ବିଭାଗ ପକ୍ଷ ରୁ ମକଡ୍ରିଳ, ସାଇବର୍ ଅପରାଧ, ନିଶା ନିବାରଣ, ସ୍ବଚ୍ଛତା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
