ବୌଦ୍ଧ (କୃଷ୍ଣ ଚନ୍ଦ୍ର ସିଂହ) : ନାଏକପଡା ଠାରେ ଜିଲ୍ଲା ସ୍ତରୀୟ ଏକ ପେଡ ମାଆ କେ ନାମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ, ଯୋଗଦେଲେ ବିଧାୟକ ।
ଆଜି ବୌଦ୍ଧ ଜ଼ିଲ୍ଲା ରେ ସଫଳତା ର ସହ ବୃକ୍ଷରୋପଣ ଶେଷ ହୋଇଛି l ବୌଦ୍ଧ ଜ଼ିଲ୍ଲା ରେ ସର୍ବମୋଟ 1 ଲକ୍ଷ 84 ହଜାର 341ବୃକ୍ଷରୋପଣ କରାଯାଇଛି l ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନାଏକପଡା ଗ୍ରାମର ନଗର ବନ ଠାରେ ଜିଲ୍ଲା ସ୍ତରୀୟ ଏକ ପେଡ ମାକେ ନାମ୍ (ମାଆ ପାଇଁ ଗଛ ଟିଏ )କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି l ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ | ସମ୍ମାନିତ ଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପଧାନ,ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ ଜିଲ୍ଲାପାଳ ବିନୟ କୁମାର ଭୋଇ, ସାଂସଦ ଙ୍କ ଜ଼ିଲ୍ଲା ପ୍ରତିନିଧି ଯୁଗଳ କିଶୋର ସାମଲ ଏବଂ ଅନ୍ୟlନ୍ୟ ଜ଼ିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବନ ବିଭାଗ ର ଅଧିକାରୀ ଏବଂ କର୍ମଚାରୀ ମାନେ ଉପସ୍ଥିତ ରହି ସାମୁହିକ ବୃକ୍ଷ ରୋପଣରେ ଅଂଶ ଗ୍ରହଣ କରିଥିଲେ |
