ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷ ରୁ ସେବାପକ୍ଷ ପାଳନ ପ୍ରଥମ ଦିବସ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟାଦେଶ ବଣ୍ଟନ ଓ ଖାଉଟି କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମ ରେ ଖଡିଆଳ ଏନ୍ ଏ ସି ଅଧକ୍ଷ ଉଜ୍ଜଳ ଗୁପ୍ତା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ ଯୋଜନା କୁ ଲୋକଙ୍କ ଦ୍ଵାରା ମୁହଁରେ ପହଞ୍ଚାଇବା ପାଇଁ କାର୍ଯ୍ୟ କରିବାକୁ ପ୍ରସ୍ତୁତ ବୋଲି ପ୍ରକାଶ କରିଥିଲେ। ଆବାସ ହିତାଧିକାରୀ ତୁରନ୍ତ ଘର ନିର୍ମାଣ କରି ବୋନସ ନେବାକୁ ଆହ୍ବାନ କରିଛନ୍ତି। ସଭାରେ ୧୯୮ ଗୋଟି ଆବାସ ଗୃହ କାର୍ଯ୍ୟାଦେଶ ବଣ୍ଟନ କରିଥିବା ବେଳେ ୫୦ ଗୋଟି ରାସନ କାର୍ଡ ବଣ୍ଟନ କରିଛନ୍ତି ଏହି ଉପଲକ୍ଷେ ସଛତା ପକ୍ଷ ପାଳିତ ହୋଇଅଛି। ନିର୍ବାହୀ ଅଧିକାରୀ ସ୍ବାଧୀନ କେତନ ମହାରଣା ଅଧ୍ୟକ୍ଷତା କରିଥିବା ବେଳେ ସାଂସଦ ପ୍ରତିନିଧି ଜ୍ଞାନ ମେଘ, ଉପାଧ୍ୟକ୍ଷ ଶକୁନ୍ତଳା ରାଉତ, ୧୨ ଜଣ ୱାର୍ଡ ସଭ୍ୟ ସଭ୍ୟା ଯୋଗ ଦେଇ କାର୍ଯ୍ୟାଦେଶ ବଣ୍ଟନ କରିବାରେ ସହଯୋଗ କରିଥିଲେ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।
