ଯାଜପୁର /(ନିପ୍ର )ରିପୋର୍ଟର,ସରୋଜ କୁମାର ଧଳ ଭଞ୍ଜଦୂତ ଖବର
ଯାଜପୁର ମା ବିରଜା ଙ୍କ କ୍ଷେତ୍ରରେ ଏବେ ଲୋକେ ଅଣ ନିଶ୍ୱାସୀ ହୋଇ ପଡିଲେଣି | ସାଧାରଣ ଲୋକେ ଏବେ ମନ୍ଦିର କୁ ଯିବାକୁ ଡରିଲେଣି ମନ୍ଦିର ଭିତରେ ଏବେ ପଣ୍ଡା ମାନଙ୍କର ଦାଦା ଗିରି ଚାଲିଛି | ଲୋକ ମାନଙ୍କ କହିବା କଥା ହେଲା ଶଙ୍ଖା ସିନ୍ଦୁର ଥାଳି -୨୫୦ ଟଙ୍କା ସାଧାରଣ ଭୋଗ ଟିକେ କିଣିଲେ ୨୦୦ ଟଙ୍କା, ଫୁଲ -୫୦ଟଙ୍କା, ଦକ୍ଷିଣା ବାବଦରେ ୨୦୦ ଟଙ୍କା ନଦେଲେ କହୁଛନ୍ତି ଭୋଗ କରିବୁ ନାହିଁ ଭକ୍ତ ମାନେ ପଇସା କମ ଦେଲାରୁ କହୁଛନ୍ତି ଇଚ୍ଛା ହେଲେ ଭୋଗ କର ନ ହେଲେ ପଳାଅ, ଏହିଭଳି ବ୍ୟବହାର ଦେଖି ଲୋକେ ବିଭ୍ରତ ହୋଇ ପଡିଲେଣି କେତେ ଆଶା ନେଈ ଦୂର ଦୁରାନ୍ତରୁ ମନସ୍କାମନା ପୂରଣ ପାଇଁ ଆସୁଛନ୍ତି ହେଲେ ପଣ୍ଡା ମାନଙ୍କ ଦାଦା ଗିରି ରେ ଭକ୍ତ ବେହାଲ |ହେଲେ ଭକ୍ତଙ୍କ କହିବା କଥା ପ୍ରଶାସନ ଏଥିପ୍ରତି କଢ଼ା ଆକ୍ସନ ନିଅନ୍ତୁ ସୁରଖୁର ରେ ଦର୍ଶନ ଲାଗି ସୁଯଗ ଦିଅନ୍ତୁ ଆଗାମୀ ଦିନରେ ଭକ୍ତ ମାନେ କିପରି ଦର୍ଶନରୁ ବଞ୍ଚିତ ନହୁଅନ୍ତୁ ପ୍ରଶାସନ ପଙ୍ଖାନୁ ପଙ୍ଖ ତଦନ୍ତ କରି କଢ଼ା ପଦ କ୍ଷେପ ନିଅନ୍ତୁ |
