କୋକସରା (ମଣ୍ଟୁ ପାଣିଗ୍ରାହୀ) : ଦେଶ ସ୍ବାଧୀନ ହୋଇ ୭୮ ବର୍ଷ ପୂର୍ତ୍ତି ହେଲାଣି ହେଲେ ଆଜି ପର୍ଯ୍ୟନ୍ତ ଅଧିକାଂଶ ଦୁର୍ଗମ ଓ ଉପାନ୍ତ ଅଞ୍ଚଳରେ ଜନ ସାଧାରଣ ନିଜର ମୌଳିକ ଅଧିକାର ଓ ମୌଳିକ ସୁବିଧା ରୁ ବଞ୍ଚିତ ଅଛନ୍ତି। ସରକାର ଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ଗୁଡ଼ିକ ସଠିକ ଭାବରେ କାର୍ଯ୍ୟକାରି କରିବା ନିମନ୍ତେ ବାରମ୍ୱାର ଜନ ଆନ୍ଦୋଳନ ମାଧ୍ୟମ ରେ ଜିଲ୍ଲା ପ୍ରଶାସନ, ବିଧାୟକ, ସାଂସଦ, ମୂଖ୍ୟ ଉନ୍ନୟନ କମିଶନର, ମୂଖ୍ୟସଚିବ, ମୂଖ୍ୟମନ୍ତ୍ରୀ ଓ ରାଜ୍ୟପାଲ ଙ୍କୁ ଦାବି ପତ୍ର ମାଧ୍ୟମରେ ଅଞ୍ଚଳବାସି ମାନଙ୍କ ନୁଆ ଆଶା ସ୍ୱପ୍ନ କୁ ଅବଗତ କରୁଥିବା ସତ୍ତ୍ୱେ ମଧ୍ୟ କେହି ମଧ୍ୟ ଗୁରୁତ୍ତ୍ଵ ଭାବରେ ଧ୍ୟାନ ଦେଉନାହାନ୍ତି ବରଂ ଆଶ୍ୱାସନା ଦେଉଥିବାରୁ ଆଶ୍ୱାସନା ହୋଇ ରହି ଯାଉଛି। ଆଦ୍ୟ ତା ୧୦/୦୯/୨୦୨୫ ରିଖ ଦିନ ବିଭିନ୍ନ ସମସ୍ୟା ଗୁଡ଼ିକର ଆଶୁ ସମାଧାନ ନିମନ୍ତେ କୋକସରା ଗୋଷ୍ଠି ଉନ୍ନୟନ ଅଧିକାରି ଡ଼ଃ ହିମାଞ୍ଚଳ ମାଝି ଙ୍କ ଜରିଆରେ ମୂଖ୍ୟ ମନ୍ତ୍ରୀ ଓ ଜିଲ୍ଲାପାଲ ଙ୍କୁ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ସଭାପତି ପ୍ରଧାନି ବାଗ ଙ୍କ ନେତୃତ୍ଵ ରେ ନଅ ଦଫା ଦାବି ନେଇ ଦାବି ପତ୍ର ଦେଇଥିଲେ। ମୂଖ୍ୟ ଦାବି ଗୁଡ଼ିକ ଯଥା:- ଲଡ଼ୁଗାଁ କୁ ବିଜ୍ଞାପିତ ଅଞ୍ଚଳ ପରିଷଦ ମାନ୍ୟତା ସହ ଧର୍ମଗଡ଼ ଉପଖଣ୍ଡ କୁ ଗୁଡ଼ହାଣ୍ଡି ନାଁ ରେ ଜିଲ୍ଲା ମାନ୍ୟତା ପ୍ରଦାନ କରିବା, ଚିଲିଗୁଡ଼ା ଠାରୁ ଫୁଫ ଗାଁ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଦିର୍ଘ ଦିନରୁ ନମ୍ବର ୧ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ ସେବା ବନ୍ଦ ହୋଇଥିବାରୁ ନିରିହ ଜନ ସାଧାରଣ ଓ ଛାତ୍ରଛାତ୍ରୀ ନିଜର ଅଫିସ କାମ, ପାଠ ପଢ଼ା ଓ ମେଡ଼ିକାଲ ସୁବିଧା ରୁ ପ୍ରଭାବିତ ହେଉଛନ୍ତି। କୋକସରା ଠାରୁ ଲଡ଼ୁଗାଁ ଭାୟା ଫୁଫ ଗାଁ, ଗତାବନ୍ଦ, ଧନସରା, ତୁନ ଗାଁ ଓ ଆଇଁଲି ପର୍ଯ୍ୟନ୍ତ ଶୀଘ୍ର ନମ୍ବର ୧ ମୁଖ୍ୟମନ୍ତ୍ରୀ ଲକ୍ଷ୍ମୀ ବସ ସେବା ଶୀଘ୍ର ଚାଲୁ କରିବା, ମେଘା ପାନୀୟ ଜଳ ପ୍ରୋଜେକ୍ଟ ମାଧ୍ୟମ ରେ ପ୍ରତ୍ୟେକ ଗ୍ରାମ କୁ ଶୀଘ୍ର ପାନୀୟ ଜଳର ବ୍ୟବସ୍ଥା ଯୋଗାଇବା,, କୋକସରା ତହସିଲ ଅଧିନରେ ଥିବା ଲଡ଼ୁଗାଁ ଠାରେ ବସଷ୍ଟାଣ୍ଡ, ଗୋଷ୍ଠି ଶୌଚାଳୟ ଓ କମ୍ପ୍ଲେକ୍ସ ର ବ୍ୟବସ୍ଥା, ଲଡ଼ୁଗାଁ ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସୂପାଡ ଗ୍ରାମରେ ଶ୍ମଶାନ ଘର ଓ ଶ୍ମଶାନ କୁ ଯିବା ପାଇଁ ରାସ୍ତା ଏବଂ ସରକାରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଶିକ୍ଷକ ନିଯୁକ୍ତି କରିବା, ଡାଲଗୁମା ଗ୍ରାମ ପଞ୍ଚାୟତ ଅଧିନରେ ଥିବା ଚିତାମୁଣ୍ଡା ସରକାରି ପ୍ରାଥମିକ ବିଦ୍ୟାଳୟ ରେ ଅତିରିକ୍ତ ଦୁଇଟି ଶ୍ରେଣୀ ଗୃହ ଓ ରୋଷେଇ ଗୃହ ନିର୍ମାଣ କରିବା, କୋକସରା ତହସିଲ ଅଧୀନରେ ଥିବା ବଡ଼ ପୋଡ଼ାଗୁଡ଼ା ଗ୍ରାମର ତେଲି ଗୁଡ଼ା ଗ୍ରାମରେ ନୂତନ ଅଙ୍ଗନୱାଡି କେନ୍ଦ୍ର ସ୍ଥାପନ, ଗମ୍ଭାରୀଗୁଡ଼ା ଗ୍ରାମ ପଞ୍ଚାୟତର ଚିକିଲି ଗ୍ରାମ ରେ ନୂତନ ଅଙ୍ଗନୱାଡି କୋଠା ସ୍ଥାପନ, ଗୋତୋମୁଣ୍ଡା ଗ୍ରାମ ପଞ୍ଚାୟତର ବାଞ୍ଜିକୋଟ ଗ୍ରାମରେ ନିର୍ମାଣ ହେଉଥିବା ଅଙ୍ଗନୱାଡି କେନ୍ଦ୍ର କୁ ଶୀଘ୍ର ସମୟ ସୀମା ଅବଧି ଭିତରେ ସମ୍ପାଦନା କରିବା, ଆମପାଣି ଗ୍ରାମ ପଞ୍ଚାୟତ ର ଗୋଇ ଚଚରା, ଟିର୍ଲି ଆମ, ବିରିମୁହାଣ ପୁର, ସର୍ଗିପାଣି, ଲେଖାଆମ, କୁଟ୍ରୁ, ଆନ୍ଦି ଝରନ ଓ ଗାଇବନ୍ଧା ଏବଂ ବଡ଼ ପୋଡ଼ାଗୁଡ଼ା ଗ୍ରାମ ପଞ୍ଚାୟତର ତେଲିଗୁଡ଼ା ଆଦି ଦୁର୍ଗମ ଅଞ୍ଚଳ ଗୁଡିକୁ ସଂଯୋଗ କରିବା ପାଇଁ ପକ୍କା ରାସ୍ତା, ବିଜୁଳି ଓ ପାନୀୟ ଜଳବ୍ୟବସ୍ଥା ପାଇଁ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ ଦୀର୍ଘ ବର୍ଷ ରୁ ପ୍ରଶାସନ ଓ ସରକାର ଙ୍କୁ ଦାବି ପତ୍ର ଦେଉଥିବାରୁ ନୂତନ ନଳକୂପ ଖନନ ପାଇଁ ମଞ୍ଜୁର କରୁଛନ୍ତି ସତ ହେଲେ ଗ୍ରାମ ପଞ୍ଚାୟତ ଅଧିକାରି ମାନେ ନୂତନ ନଳକୂପ ସ୍ଥାପନ କରାଇ ଦେଉନଥିବାରୁ ଶୀଘ୍ର ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ନୂତନ ନଳକୂପ ସ୍ଥାପନ, ପକ୍କା ରାସ୍ତା ଓ ବିଜୁଳି ଆଦି ପ୍ରମୁଖ ବ୍ୟବସ୍ଥା ଯୋଗାଇବା ପାଇଁ ଅନୁରୋଧ କରିଛନ୍ତି। ଏହି ଦାବି ପତ୍ର ପ୍ରଦାନ କରିବା ସମୟରେ ବିର୍ସା ଆମ୍ବେଦକର ଫୁଲେ ସଚେତନ ସଂଗଠନ କଳାହାଣ୍ଡି, ଲଡ଼ୁଗାଁ ସାଧାରଣ ସମ୍ପାଦକ ଦିଶାନ୍ତ ବେଶ୍ରା , ସହ ସମ୍ପାଦକ ହରିହର ରାଉତ, କୋକସରା ପଞ୍ଚାୟତ ସମିତି ଡିଗ୍ରୀ କଲେଜ ଛାତ୍ର ଅମର ନାଏକ, ହରିହର ପୁଞ୍ଜି, ଚିତ୍ର ସେନ ସତନାମି, ଅରଜୁନ ବାଗ ଓ ବାଲେଶ୍ୱର୍ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
