ନୂଆପଡା( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ହୀରା ନଗର ସ୍ଥିତ ଖଡିଆଳ ଡିଗ୍ରୀ ମହିଳା କଲେଜ ଜାତୀୟ ସେବା ଯୋଜନା ଓ ସାଇ ସଂସ୍ଥା ମିଳିତ ଆନୁକୂଲ୍ୟରେ ଏଡ଼ସ ବ୍ୟାଧି ମୁକ୍ତ ଭାରତ ଗଠନ ସଚେତନ ଶିବିର ଅନୁଷ୍ଠିତ ହୋଇଯାଇଅଛି। ଶିବିର କୁ କଲେଜ୍ ଅଧ୍ୟକ୍ଷା ଲିଜା ଆଚାର୍ଯ୍ୟ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ସମାଜ ସେବୀ ସାଇ ସଂସ୍ଥା ପ୍ରକଳ୍ପ ସଂଯୋଜକ ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗ ଦେଇ ଏଡ଼ସ ବ୍ୟାଧି କୁ ସଚେତନ ଦ୍ବାରା ଏଡ଼ସ ମୁକ୍ତ ଭାରତ ଗଠନ କରିବା ସମ୍ଭବ ଅଟେ ବୋଲି ମତବ୍ୟକ୍ତ କରିଥିଲେ। ନୂତନ ଏଡ଼ସ ରୋଗୀ ନ ବାହାରିବା ନେଇ ସଚେତନ ମୂଳକ କାର୍ଯ୍ୟ କରିବା ପାଇଁ ଆହ୍ବାନ କରିଥିଲେ। ସଭାରେ ଜାତୀୟ ସେବା ଯୋଜନା ଅଧିକାରୀ ପୁଷ୍ପାଞ୍ଜଳୀ ପ୍ରଧାନୀ, ଜୋନାଲ ସୂପର୍ଭାଇଜର ପରମେଶ୍ବର ବିଶି, ପୁଙ୍କୁ କୈବର୍ତ୍ତ, ରେବତୀ ନାଏକ ପ୍ରମୁଖ ଯୋଗ ଦେଇଥିଲେ। କଲେଜ୍ ଅଧ୍ୟାପିକା ମହେଶ୍ଵତା ପଣ୍ଡା, ପ୍ରିୟଙ୍କା ମୁଣ୍ଡ,
ସ୍ବରୂପ ରାଣୀ କୁମାର, ବନିତା ନନ୍ଦ, ଦୁର୍ଯ୍ୟୋଧନ ଭୋଇ, ଘନଶ୍ୟାମ ଶାଗରିଆ, ସସ୍ମିତା ବିଶି, ଲକ୍ଷ୍ମୀ ନାରାୟଣ ପଡ଼ା, ସଂଜୟ ଦର୍ଜି ପ୍ରମୁଖ ଯୋଗ ଦେଇଥିବା ବେଳେ କଲେଜ୍ ସମସ୍ତ ଛାତ୍ରୀ ଯୋଗ ଦେଇ ସଚେତନ ହୋଇଥିଲେ।
