ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ପ୍ରିୟ ବିଧାୟକଙ୍କ ଆଜି ଦେହାନ୍ତ କୁ ନେଇ ଖରୀଆର ରୋଡ ଅଞ୍ଚଳ ରେ ଆଞ୍ଚଳିକ ଶୋକ ପାଇଁ ଦୁଇ ଦିନ ବ୍ୟାପୀ ଦୋକାନ ବଜାର ବନ୍ଦ ରଖିବ କୁ ନିବେଦନ କରିଛନ୍ତି। ଖଡିଆଳ ଏନ୍ ଏ ସି ଅଧ୍ୟକ୍ଷା ଡ଼. ସୋନିଆ ଗୋଲଡି ଅଗ୍ରୱାଲ ସହିତ ନଗର ପରିଷଦ ପକ୍ଷ ରୁ ସହର ରେ ବୁଲି ବୁଲୁ ସମ୍ନ୍ତ୍ତଙ୍କୁ ନିବେଦନ କରୁଛନ୍ତି। ନୂଆପଡ଼ା ଅଞ୍ଚଳ ରେ ଜଣେ ଲୋକପ୍ରିୟ ବିଧାୟକ ଭାବରେ ରାଜୁ ଭାଇ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ବେଶ ପରିଚିତ ଥିଲେ। ସମସ୍ତେ ତାଙ୍କ ପାଇଁ ଦୁଃଖିତ ଏବଂ ମର୍ମାହତ ବୋଲି ଅଞ୍ଚଳ ବାସୀ ସ୍ୱତ ପ୍ରବୃତ୍ତ ଭାବରେ ଆଞ୍ଚଳିକ ଶୋକ ପାଳନ କରିବେ। ସେ ପୂର୍ବତନ ଖରୀଆର ରୋଡ ଏନ୍ ଏ ସି ଅଧ୍ୟକ୍ଷ ଥିବା ବେଳେ ନୂଆପଡ଼ା ବିଧାନସଭା ର ୪ ଥର ବିଧାୟକ ଭାବରେ ଥିଲେ। କେନିନେଟ ମନ୍ତ୍ରୀ ରୂପେ ତାଙ୍କ ଦାୟିତ୍ବ ନିର୍ବାହ କରିଛନ୍ତି। ନଗର ଅଧ୍ୟକ୍ଷା ଡ଼ ସୋନିଆ ଜୈନ୍ ନଗର ରେ ଶୋକ ପାଳନ ପାଇଁ ଡ଼ାକବାଜି ଯନ୍ତ୍ର ସାହାଯ୍ୟରେ ଶୋକ ପାଳନ ପାଇଁ ଆହ୍ବାନ କରିଛନ୍ତି। ତାଙ୍କ ପର୍ଥବ୍ୟ ଶରିରୀ ଖରୀଆର ରୋଡ ରେ ପହଞ୍ଚିବା ପରେ ଅନ୍ତିମ ଦର୍ଶନ ପରେ ବିରାଟ ଶୋଭାଯାତ୍ରା ରେ ନଗର ପରିକ୍ରମା ପରେ ଶେଷକୃତ୍ ଅନୁଷ୍ଠିତ ହେବ ପାଇଁ ଆବଶ୍ୟକ ବ୍ୟବସ୍ଥା ହେଉଅଛି।
