ନୂଆପଡା (ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ନୂଆପଡ଼ା ବିଧାୟକ ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଆଜି ସକାଳ ୮ ଘଣ୍ଟା ରେ ୬୮ ବର୍ଷ ବୟସରେ ଇହଧାମ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗ ନେଇ ବିଜେଡ଼ି ଦଳ ନବୀନ ପଟ୍ଟନାୟକ ଏବଂ ଦଳର ସମସ୍ତ ନେତୃମଣ୍ଡଳୀ ଗଭୀର ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ଖଡିଆଳ ବିଧାୟକ ସହିତ ସମସ୍ତ ଜିଲ୍ଲା ସ୍ତରୀୟ ନେତୃମଣ୍ଡଳୀ ମଧ୍ୟ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ରାଜେନ୍ଦ୍ର ପ୍ରସାଦ ଢୋଲକିଆ ଜଣେ ଭାଦ୍ର ଏବଂ ଅମୟିକ ବ୍ୟକ୍ତିତ୍ଵ। ସମାଜ ସେବା ଠାରୁ ଜୀବନ ଆରମ୍ଭ କରି ଖରୀଆର ରୋଡ ଏନ୍ ଏ ସି ଅଧକ୍ଷ, ପରେ ବିଧାୟକ ହୋଇଥିଲେ। ତିନି ଥର ବିଧାୟକ ହୋଇ ନବୀନ ସରକାର ରେ ଯୋଜନା ସଂଯୋଜନ ମନ୍ତ୍ରୀ ରୂପେ କାର୍ଯ୍ୟ। ଜିଲ୍ଲା ରେ ବିଜେଡି ସଂଗଠକ ରୂପେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଥିଲେ। ୧୯୯୨ ରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର, ୧୦ ହଜାର କେଟ୍ରେଟ ଅସ୍ତ୍ରୋପଚାର ହୋଇଅଛି। ୧୫ ବର୍ଷ ରୁ ମାଗଣା ଦନ୍ତ ଚିକିତ୍ସା, ଗରିବ ପରିବାର କନ୍ୟା ଙ୍କୁ ସାମୁହିକ ବିବାହ ସୁଯୋଗ। ଦୀର୍ଘ ଦିନରୁ ଏକାଧିକ ରୋଗ ରେ ପୀଡ଼ିତ ଥିଲେ। ଚେନ୍ନାଇ ଠାରେ ତାଙ୍କ ହାର୍ଟ ଟ୍ରାନସପ୍ଲାଣ୍ଟ ହୋଇଥିବା ବେଳେ ତାଙ୍କ କିଡନୀ ଟ୍ରାନସପ୍ଲାଣ୍ଟ ଯୋଜନା ଥିଲା। ଆଜି ପାର୍ଥବ୍ୟ ଶରିରି ଖରୀଆର ରୋଡ ଆସିବ। ଆସନ୍ତା କାଲି ଶେଷକୃତ୍ୟ ଅନୁଷ୍ଠିତ ନେଇ ଜୟ ଢୋଲକିଆ ସୂଚନା।
