ବିଞ୍ଝାରପୁର (ସରୋଜ କୁମାର ଧଳ) : ବିଞ୍ଝାରପୁର ବ୍ଲକ ଅଧିନସ୍ତ କଇନା ରଘୁନାଥପୁର ପଞ୍ଚାୟତ ନରୁଆ ଗ୍ରାମର ଧଳ ସାହି(ବର୍ଷୀଲୋ ସାହି )ଠାରେ ଭାଗବତ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ୍ୟ ସତଭିଶା ନକ୍ଷେତ୍ର କୁମ୍ଭ ଚନ୍ଦ୍ର ପୂଜା ମହା ଆଡମ୍ବର ହୋଇ ଯାଇଛି. ଉକ୍ତ ପୂଜାକୁ ପୂଜକ ଶ୍ରୀବତ୍ସ ମିଶ୍ର ପୂଜା କରିଥିବା ବେଳେ ଭାଗବତ ଗାଦୀ ର ସଭାପତି ଅକ୍ଷୟ କୁମାର ଧଳ କର୍ତ୍ତା ରୂପେ ସଂକଳ୍ପ କରିଥିଲେ.ଉକ୍ତ ପୂଜା ରେ ଗ୍ରାମ ର ସଦସ୍ୟ ନାରାୟଣ ଚନ୍ଦ୍ର ଧଳ, ବିଜୟ କୁମାର ଧଳ, ଲଷ୍ମୀଧର ଧଳ, ମାନସ କୁମାର ଧଳ, ମନୋଜ କୁମାର ଧଳ,ସନ୍ତୋଷ କୁମାର ଧଳ,ବିନୋଦ ଧଳ, ସୁଶାନ୍ତ ଧଳ, ଜ୍ୟୋତି ପ୍ରକାଶ ଧଳ, ସ୍ମୃତିପ୍ରକାଶ ଧଳ, ବିକାଶ କୁମାର ଧଳ, ପ୍ରଦୀପ ଧଳ ଉପସ୍ଥିତ ରହି ସହଯୋଗ କରିଥିଲେ.ପୂଜା ଶେଷରେ ସମସ୍ତେ ଠାକୁରଙ୍କୁ ପୁଷ୍ପାଞ୍ଜଳି ଦେବା ସହିତ ପ୍ରସାଦ ବଣ୍ଟନ କରାଯାଇଥିଲା.ଉକ୍ତ କାର୍ଯ୍ୟକ୍ରମ କୁ ଆଦିତ୍ୟ ପ୍ରକାଶ ଧଳ ଓ ଆଶିଷ କୁମାର ଧଳ ପରିଚାଳନା କରିଥିଲେ ।
