ଧନୁ ତୀର ଦୁଇ ବାଘ ଦାନ୍ତ ସହ ଶିକାରୀ ଗିରଫ।
ଗଜପତି ( ଟିକି ଲିମା)
– ଗଜପତି ଜିଲ୍ଲା ମୋହନା ଗୋଛାଗୁଡାରେ ଚଢ଼ାଉ କରି ୨ ଜଣ ଶିକାରୀଙ୍କୁ ଗିରଫ କରିଛି ବନ ବିଭାଗ । ଗିରଫ ମାନେ ହେଲେ ଗୋଛଗୁଡା ଗାଁର ଲୁଲୁ ମଲିକ, ସହଦେ ମଲିକ।ସେମାନଙ୍କ ଠାରୁ ୨ ଟି ବାଘ ଦାନ୍ତ, ଗୋଟିଏ ଗୋଟିଏ ଧନୁ ତୀର, ୪ ଟି ଫାଶ ଜବତ କରିଛି ବନ ବିଭାଗ I ଗତ କିଛି ଦିନ ଦିନ ତଳେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବନବିଭାଗ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା। ଏହି ଘଟଣାର ତଦନ୍ତ କରି ଗିରଫ ହୋଇଥିବା ଚିତ୍ର ଙ୍କ ପୁଅ ସହଦେ ଓ ତାଙ୍କ ସହଯୋଗୀ ଲୁଲୁ କୁ ଗିରଫ କରାଯାଇଥିବା ପାରଳାଖେମୁଣ୍ଡି ଏସିଏଫ ସାଇନିଶ୍ରୀ ଦାସ ସୂଚନା ଦେଇଛନ୍ତି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଅଭିଯୁକ୍ତ ମାନେ ଗୋଛାଗୁଡା ଗାଁ ନିକଟରୁ କଲରା ପତରିଆ ବାଘ ଶିକାର କରି ଭଞ୍ଜନଗର ଅଞ୍ଚଳରେ ଛାଲ ଓ ଦାନ୍ତ
ବିକ୍ରି କରୁଥିଲେ। ତେବେ ଗତ କିଛି ଦିନ ତଳେ ବାଘ ଛାଲ ସହ ଗୋଛାଗୁଡା ଗାଁର ଚିତ୍ର ମଲିକକୁ ଗିରଫ କରିଥିଲା ଭଞ୍ଜନଗର ବନ ବିଭାଗ ଏହି ବାଘ ଛାଲ ଜବତ ଘଟଣାର ତଦନ୍ତ କରୁଥିଲା ଭଞ୍ଜନଗର ବନ ବିଭାଗ।ତେବେ ଗିରଫ ଚିତ୍ରଙ୍କ ସୂଚନା ଆଧାରରେ ସୋମବାର ପାରଳାଖେମୁଣ୍ଡି ଏ ସି ଏଫ ସାଇନି ଶ୍ରୀ ଦାସ, ଭଞ୍ଜନଗର ଏସି ଏଫ ବିମଳ ପ୍ରଧାନଙ୍କ ନେତୃତ୍ୱରେ ଗୋଛାଗୁଡା
ଗାଁରେ ଚଢ଼ାଉ କରାଯାଇଥିଲା I ଚଢ଼ାଉ ପରେ ଚିତ୍ର ମଲିକଙ୍କ ପୁଅ ସହଦେଙ୍କ ଘରୁ ୨ ଟି ବାଘଦନ୍ତ, ଗୋଟିଏ ଧନୁ ତୀର ଓ ୪ ଟି ଫାଶ ଜବତ କରିଥିଲେ I ଏଥିସହ ସହଦେ ଓ ତାଙ୍କ ସହଯୋଗୀ ଲୁଲୁଙ୍କୁ ଗିରଫ କରାଯାଇଛି ବୋଲି ପାରଳାଖେମୁଣ୍ଡି ଏସିଏଫ କହିଛନ୍ତି । ଗିରଫ ଅଭିଯୁକ୍ତ ମାନଙ୍କୁ ଭଞ୍ଜନଗର ବନ ବିଭାଗକୁ ହସ୍ତାନ୍ତର କରାଯାଇଛି। ଏହି ଚଢ଼ାଉରେ ପାରଳାଖେମୁଣ୍ଡି ଏସିଏଫ, ଭଞ୍ଜନଗର ଏସିଏଫ, ମୋହନା ବନାଞ୍ଚଳ ଅଧିକାରୀ ଲକ୍ଷ୍ମୀ ପ୍ରସାଦ ବିଷୋୟୀ, ଚନ୍ଦ୍ରଗିରି ବନାଞ୍ଚଳ ଅଧୀକାରୀ ବିନୟ ପ୍ରକାଶ ବୁରୁ ସମେତ ବନ କର୍ମଚାରୀ ସାମିଲ ଥିଲେ I
