ନୂଆପଡା ( ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା ଥିବା ୨୬ ଗୋଟି ପେକ୍ସ ମଧ୍ୟ ରୁ ୨୪ ଗୋଟି ପେକ୍ସ ରେ ସାର ବିକ୍ରି ହେଉଥିବା ବେଳେ କୃଷକ ମାନେ ଲମ୍ବା ଧାଡ଼ି ରେ ସାର ନେଉଥିବା ଦେଖାଯାଉଛନ୍ତି। ଜିଲ୍ଲା କୁ ଯୋଗାଣ ହୋଇଥିବା ୨୬ ହଜାର ୯୦୦ ବସ୍ତା ୟୁରିଆ ସାର ଯୋଗାଣ ହୋଇଥିବା ବେଳେ ବିଭିନ୍ନ ପେକ୍ସ ଏବଂ ଘରୋଇ ଡିଲରକୁ ମିଶାଇ ୟୁରିଆ ସାର୍ ଯୋଗାଣ ହୋଇଅଛି। ନୂଆପଡ଼ା ବ୍ଲକ କୁ ୭ ହଜାର ବସ୍ତା ଆସିଥିବା ବେଳେ କୋମନା ବ୍ଲକ କୁ ୭ ହଜାର ୭୦୦ ବସ୍ତା, ବୋଡନ ବ୍ଲକ କୁ ୩୧୫୦, ଖଡିଆଳ ବ୍ଲକ କୁ ୪ ହଜାର ୨୦୦, ସିନାପାଲି ବ୍ଲକ କୁ ୪ ହଜାର ୯୦୦ ବସ୍ତା ୟୁରିଆ ସାର ଯୋଗାଣ ହୋଇଅଛି।
