ଭଦ୍ରକ (ଅଜୟ କୁମାର ମଲ୍ଲିକ) : ତିହିଡ଼ି ବ୍ଲକ୍ ଅନ୍ତର୍ଗତ ବୋଡକ ଗ୍ରାମ ପଞ୍ଚାୟତର ଅଣ୍ଡରlଇ ଗ୍ରାମର ଶତାୟୁ ପୁରୁଷ ଭାସ୍କର ମଲ୍ଲିକଙ୍କ ପରଲୋକ ତାଙ୍କ ବାସଭବନରେ ସନ୍ଧ୍ୟା ଘ୬.୨୦ ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି l ତାଙ୍କର ମୃତ୍ୟୁ ଖବର ପାଇ ବନ୍ଧୁ ପରିଜନ, ଆତ୍ମିୟ ସୋଜନ ଆଖପାଖ ଅଞ୍ଚଳରେ ବହୁସଂଖ୍ୟାରେ ଲୋକମାନେ ତାଙ୍କର ଶେଷ ଦର୍ଶନ କରିବା ପାଇଁ ରୁଣ୍ଡିଭୂତ ହୋଇଥିଲେ l ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ବିଷ୍ଣୁ ମୋହନ ଜେନା ଓ ସମିତି ସଭ୍ୟ ଜୟପ୍ରକାଶ ମଲ୍ଲିକ ତଥା ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ତାଙ୍କର ଶେଷ ଦର୍ଶନ କରିବା ସହ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ତାଙ୍କର ମର ଶରୀର ନିକଟରେ ସବୁ ପୁଅବହୁ, ନାତି ନାତୁଣୀ ତଥା ଜ୍ଞାନ୍ତୀକୁଟୁମ୍ବ, ଗ୍ରାମବାସୀମାନେ ଶେଷ ଦର୍ଶନ କରିବା ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ l ସେ ଜଣେ ସରଳ ନିରାଡମ୍ବର ଓ ଶାନ୍ତିପ୍ରିୟ ମଣିଷ ଥିଲେ l ଅଞ୍ଚଳରେ ଜଣେ ବର୍ଷୀୟାନ ବୁଦ୍ଧିଜୀବୀ ଥିଲେ, ତାଂକୁ ସମସ୍ତେ ଭଲ ପାଉଥିଲେ ଓ ସବୁଠି ପ୍ରିୟପାତ୍ର ଥିଲେ l ତାଙ୍କ ବିୟୋଗ ଖବର ପାଇ ଉକ୍ତ ଅଂଚଳର ଶୋକର ଛାୟା ଖେଳି ଯାଇଥିଲା l ତାଙ୍କ ମର ଶରୀର ବିରାଟ ପଟୁଆର ମାଧ୍ୟମରେ ମର୍ଯ୍ୟାଦାର ସହ ସମ୍ପନ୍ନ କରା ଯାଇଥିଲା l ଶତାୟୁ ପୁରୁଷଙ୍କ ବିୟୋଗରେ ମ୍ରିୟମାଣ ହୋଇ ଓଡ଼ିଶା ବହୁଜନ ସାମୁଖ୍ୟ, ଆମ ଓଡ଼ିଶା ଆମ ପରିବାର ଅଭିଯାନ, ଆମ ବିକାଶ ଦଳ, ଓଡ଼ିଶା ଦ୍ରାବିଡୀ ୟାନ୍ ମିରର ପକ୍ଷରୁ ଶୋକ ସଂତପ୍ତ ପାରିବାର ପ୍ରତି ଗଭୀର ସମବେଦନା ଜଣାଇବା ସହ ଶତାୟୁ ପୁରୁଷଙ୍କ ପ୍ରତି କୋଟି କୋଟି ପ୍ରଣାମ ଓ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l
