ବୌଦ୍ଧ (କୃଷ୍ଣ ଚନ୍ଦ୍ର ସିଂହ) : ଗଜାନନ ଙ୍କ ପୂଜନ ଉତ୍ସବ ତଥା ଆସନ୍ତାକାଲି କୃଷିଭିତ୍ତିକ ଗଣପର୍ବ ନୂଆଖାଇ ଅବସରରେ ସରକାର ଚାଷୀଙ୍କୁ ରବି 2025 – 2026 ର ସିଏମ କିସାନ ସହାୟତା ପ୍ରଦାନ କରିଛନ୍ତି l ତେବେ ଆସନ୍ତାକାଲି ନୂଆଖାଇ ପୂର୍ବରୁ ଆଜି ପବିତ୍ର ଗଣେଶ ପୂଜା ଅବସରରେ ରାଜ୍ୟ ସରକାର ରବି ଋତୁର ସିଏମ କିସାନ ତୃତୀୟ କିସ୍ତି ସହାୟତା ରାଶି ପ୍ରଦାନ କରିଛନ୍ତି। ରାଜ୍ୟ ରେ 51 ଲକ୍ଷ ରୁ ଉର୍ଦ୍ଧ କ୍ଷୁଦ୍ର ଓ ନାମ ମାତ୍ର ବିଶେଷ ଭାବେ ଅନୁନ୍ନତ ଜନଜାତି ସମୂହ ଚାଷୀ ଏବଂ ଭୂମିହୀନ କୃଷକ ପରିବାର ଏଥିରେ ଉପକୃତ ହେବେ l ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ପ୍ରଦାନ କାର୍ଯ୍ୟକ୍ରମ ର ସିଧାପ୍ରସାରଣ କୃଷି ଓ କୃଷକ ସଶକ୍ତି କରଣ ବିଭାଗ ଆନୁକୂଲ୍ୟରେ ବୌଦ୍ଧ ର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା। ବୌଦ୍ଧ ର ଜିଲ୍ଲା ସ୍ତରୀୟ ଏହି ସିଏମ କିସାନ କାର୍ଯ୍ୟକ୍ରମ ରେ ଜ଼ିଲ୍ଲାପାଳ,ବୌଦ୍ଧ ବିଭୁତି ଭୂଷଣ ନାୟକ ଅଧ୍ୟକ୍ଷତା କରିଥିବା ବେଳେ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକରୁ ଅଧିକ ଚାଷୀ ଙ୍କୁ ପଞ୍ଜିକରଣ ପାଇଁ ଆହ୍ୱାନ ଦେଇଥିଲେ l ରାଜ୍ୟ ସରକାର ଓ କେନ୍ଦ୍ର ସରକାର ଙ୍କ ସମସ୍ତ ଯୋଜନା ଯେପରି ଲୋକାଭିମୁଖୀ ହେବ, ସେଥିପାଇଁ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଙ୍କୁ ନିର୍ଦ୍ଦେଶ ଦେଇଥିଲେ l ଏଥିସହ ମିଶ୍ରିତ ଚାଷ ଫଳ, ପନିପରିବା, ମାଣ୍ଡିଆ, ଶୁଆଁ, ଜଅ,ଛତୁ, ମାଛ, ଛେଳି, କୁକୁଡ଼ା, ଗାଈ ଆଦି ଚାଷ କରି ଚାଷୀ ସ୍ୱାବଲମ୍ବୀ ହେବା ସହିତ ଜ଼ିଲ୍ଲା ର ବିକାଶ ରେ ସହାୟକ ହେବା ପାଇଁ ଚାଷୀ ମାନଙ୍କୁ ଆହ୍ୱାନ ଦେଇଥିଲେ l ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ନାୟକ ଆଜି ବୌଦ୍ଧ ଜ଼ିଲ୍ଲା ର 480 ଜଣ ଚାଷୀ ଆଜି ଉପକୃତ ହୋଇଥିବା ପ୍ରକାଶ କରିବା ସହ ଅଧିକରୁ ଅଧିକ ଚାଷୀ ଙ୍କୁ ଅନଲାଇନ ପ୍ରକ୍ରିୟା ରେ ପଞ୍ଜିକରଣ କରିବା ପାଇଁ ଆହ୍ୱାନ ଦେବା ସହ ବହୁ ଚାଷୀ କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବାରୁ ଧନ୍ୟବାଦ ଜ୍ଞlପନ କରିଥିଲେ l ସମ୍ମାନିତ ଅତିଥି ଭାବେ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ପ୍ରଭାସ ଚନ୍ଦ୍ର ଦଣ୍ଡସନା, ଉପ -ଜିଲ୍ଲାପାଳ ବିନୟ କୁମାର ଭୋଇ, ସାଂସଦ ଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶୀ ପ୍ରତ୍ୟୁଷ ରଥ, କଣ୍ଟାମlଲ ବିଧାୟକ ଙ୍କ ପ୍ରତିନିଧି ବିପ୍ର ଚରଣ ମହାନ୍ତି ଯୋଗ ଦେଇଥିଲେ l ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଭେଙ୍କଟ ରମଣ ରାଓ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ ସହ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। କାର୍ଯ୍ୟକ୍ରମ କୁ ବ୍ଲକ କୃଷି ଅଧିକାରୀ, ହରଭଙ୍ଗା ବ୍ଲକ ସବ୍ୟସାଚୀ ଦାଶ ପରିଚାଳନା କରିଥିବା ବେଳେ କାର୍ଯ୍ୟକ୍ରମ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଜ଼ିଲ୍ଲା ମତ୍ସ୍ୟ ଅଧିକାରୀ ଲିପସା ପଟ୍ଟନାୟକ, ସି ଡ଼ି ଭି ଓ ଡ଼. ରମାରାଓ ପାଲୋ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ସହକାରୀ କୃଷି ଅଧିକାରୀ ନିବେଦିତା ପ୍ରଧାନ ଙ୍କ ସହ ଅନ୍ୟାନ୍ୟ କୃଷି ଅଧିକାରୀ ଏବଂ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ବହୁ ଚାଷୀ ଯୋଗ ଦେଇଥିଲେ l ବୌଦ୍ଧ ଜିଲ୍ଲାର ସମୁଦାୟ ପ୍ରାୟ ସତୁରି ହଜାର ହିତାଧିକାରୀ ଙ୍କୁ 13,62,18,000/- ଏହି ଯୋଜନା ରେ ମିଳିଛି l ତେବେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବୌଦ୍ଧ ଜିଲ୍ଲାର ଜଣେ ଚାଷୀ ପରିବାର ର ଝିଅ ଏଭଳି ଯୋଜନା ରୁ କିଭଳି ଉପକୃତ ହୋଇଛନ୍ତି ତାହାର ଉଦାହରଣ ଦେଇଥିଲେ। ସେହିପରି ବୌଦ୍ଧ ବିଧାୟକ ଶ୍ରୀଯୁକ୍ତ ପ୍ରଧାନ ମଧ୍ୟ ଏହି ଯୋଜନା ରେ ବୌଦ୍ଧ ଭଳି ଏକ କୃଷି ଭିତ୍ତିକ ଜ଼ିଲ୍ଲା ର ଚାଷୀ ଙ୍କୁ ଏହା ବେଶ ସହାୟକ ହେବ ବୋଲି ଆଶା ପ୍ରକାଶ କରିଥିଲେ l
